କପିଳେଶ୍ୱର ଯୁବକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୧୯ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ପଂଚାୟତ, ବାମଦେଇପୁର ଗ୍ରାମରଏ କପିଳେଶ୍ୱର ଯୁବକ ସଂଘର ତୃତୀୟ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ଅବସରରେ ବପହୁ ବରଣ୍ୟ ଅତିଥି ଯୋଗଦେଇଥିବା ବେଳେ, ସୁରେଶ ଶରଣଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ଚଳଚିତ୍ରର ଅଭିନେତା ଶ୍ରୀକାନ୍ତ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରାକ୍ତତନ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଚାଉପଟ୍ଟନାୟକ, ମୁଖ୍ୟବକ୍ତା ଗୋକର୍ଣ୍ଣିକା ସାହିତ୍ୟ ସମ୍ପାଦକ ସଭାପତି ରମାକାନ୍ତ ଜେନା, ସମ୍ମାନୀୟ ଅତିଥି ସାମାଜିକ କର୍ମୀ ମିନତୀ ସାହୁ ଯୋଗଦେଇଥିଲେ । କପିଳେଶ୍ୱର ଯୁବକ ସଂଘର ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ମହାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିରିଷ୍ଠ ସାମ୍ବାଦକି ରଂଜିତ ରାଉତ ସମ୍ବର୍ଦ୍ଧିତ ହୋଇଥିବା ବେଳେ, ଶିକ୍ଷାବିତ ପ୍ରଭାସିନ ଆଚାର୍ଯ୍ୟ, ବିଜୟ ଶରଣ, କୃଷକ ଶ୍ରୀଧର ପ୍ରଧାନ ଗିତକାମ ସୁରେଶ ପଣ୍ଡା, ସଙ୍ଗୀତ ନିଦ୍ଦେର୍ଷକ ଶ୍ରୀକାନ୍ତ ଗୌତମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବକ ସଂଘର ସମ୍ପାଦକ ପ୍ରଶ୍ନଜିତ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଓଡ଼ିଶୀ ନୃତ୍ୟଶିଳ୍ପୀ ତନୁଜା ପଣ୍ଡା ଅତିଥିଙ୍କୁ ମଞ୍ଚକୁ ପାଛୋଟିନେଇଥିଲେ । ସଂଘ ସଭାପତି ବିକ୍ରମ ମହାପାତ୍ର, କପିଳେଶ୍ୱର ବାରିକ, ସତ୍ୟ ପ୍ରଧାନ, ଶିଶିର ଶରଣ, ସୁସିଲ ପଣ୍ଡା, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରିପୁଞ୍ଜୟ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment