ଢେଙ୍କାନାଳ/୦୧/୦୩/ସନ୍ଧାନ ନିଉଜ)ଆଜି ହେଉଛି ମହାଶିବରାତ୍ରି ଜାଗର ଢେଙ୍କାନାଳ ଜ଼ିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବାବା କପିଳେଶ୍ଵରଙ୍କ ପବିତ୍ର ପୀଠ କପିଳାସ ଭକ୍ତଙ୍କ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କର କପିଳାସ କୁ ସୁଅଛୁଟୁ ଥିବା ବେଳେ ସରକାର ଙ୍କ କୋଭିଡ ଗାଇଡ଼ ଲାଇନ ପାଇଁ ବାହାର ଭକ୍ତଙ୍କ ପାଇଁ କୋଭିଡ ର ଦୁଇଟି ଟୀକା ନେଇଥିବା ପ୍ରମା ଣ ପତ୍ର ଦେଖି ପୋଲିସ ମନ୍ଦିରକୁ ଛାଡୁ ଥିବାବେଳେ ଢେଙ୍କାନାଳ ବାସୀଙ୍କୁ ନିଜର ଆଧାର କାର୍ଡ ଦେଖି ମନ୍ଦିର କୁ ପ୍ରବେଶ କରିବାକୁ ପୋଲିସ ଅନୁମତି ଦଉଚି କୌଣସି ଅପ୍ରୀତକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥିବାବେଳେ ଭକ୍ତ ଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି
କପିଳାସରେ ମହାଶିବରାତ୍ରି ଜାଗର ଯାତ୍ରା
|
March 1, 2022 |
