କନ୍ଧମାଳ: ୫ ମହିଳା ପୁଲିସ୍ କର୍ମଚାରୀ ସମ୍ବର୍ଦ୍ଧିତ

Spread the love
କନ୍ଧମାଳ,୮/୩.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରଥମଥର ପାଇଁ କନ୍ଧମାଳ ଏସ୍.ପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସ୍.ପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏସ୍‌ପି ଭିନିତ୍ ଅଗ୍ରୱାଲା, ଅତିରିକ୍ତ ଏସ୍‌ପି ବିପିନ ବିହାରୀ ବେହେରା, ଡିଏସ୍‌ପି ହେମନ୍ତ କୁମାର ପାଢୀ, ସ୍ନେହାସିସ୍ ସାହୁ, କୃଷ୍ଣ ପ୍ରସାଦ ପଟନାୟକ ଓ ଅଲନିବାସ କେରେକେଟା, ସୂର୍ଯ୍ୟକାନ୍ତ ରାୟ, ଡ଼େପୁଟି କମାଣ୍ଟେଟ୍ ସନ୍ତୋଷ କୁମାର ଦଣ୍ଡସେନା ଓ ଇନିସେପକ୍ଟର ସମୀର ରାଉତଙ୍କ ସମେତ ମୁଖ୍ୟ କିରାଣି ବିମଳ ବିହାରି ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ l ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏହି ଅବସରରେ ପୁଲିସ୍ ବିଭାଗରେ ଉତ୍ତମ ସେବା ପାଇଁ ଟିକାବାଲି ଥାନା ଅଧିକାରୀ ରେବତି ଶବର, ତୁମୁଡ଼ିବନ୍ଧ ଥାନାର ମହିଳା କନେଷ୍ଟବଳ ପିଙ୍କିମା ନାୟକ, ଫୁଲବାଣୀ ଟାଉନଥାନାରେ କାର୍ଯ୍ୟରତ ମହିଳା ଗୃହରକ୍ଷୀ ସୁନିତା ପାତ୍ର, ଟ୍ରାଫିକ୍ ପୋଷ୍ଟର କାର୍ଯ୍ୟରତ ମହିଳା ଗୃହରକ୍ଷୀ କୁମୁଦିନି ଶତପଥୀ ଓ ଏସ୍‌ପି କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଏକାଉଣ୍ଟେଟ୍ ସଂଯୁକ୍ତା ପଣ୍ଡାଙ୍କ ପରି ୫ ଜଣ ମହିଳା ପୁଲିସ୍ କର୍ମଚାରୀଙ୍କ ଏହି ଅବସରରେ ସମ୍ବର୍ଦ୍ଧିତ କରଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମହିଳା କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment