କନ୍ଧମାଳ : ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

Spread the love
ବାଲିଗୁଡ଼ା, ୦୪/୦୮/୨୦୨୧ (ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ ଅଗଷ୍ଟ ୧ରୁକଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି । ଏଣୁ ଅଗଷ୍ଟ ୧ ତାରଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ଯ୍ୟକରୁଥିବା ୨୫ଜଣ ଲାବରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି ଲାବରୋଟୋରି ଟେକ୍ନିସିଆନ ର ଜିଲ୍ଲା ସଂପାଦକ ବଳରାମ ଗୌଡ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଟେକ୍ନିସିଆନ ସଂଘର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରିୟଙ୍କା ଦାସ ପ୍ରମୁଖ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Related Posts

About The Author

Add Comment