କନ୍ଧମାଳ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Spread the love

କନ୍ଧମାଳ,08/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ସମେତ କେତେକ ସାମାଜିକ ସଂଗଠନ କନ୍ଧମାଳ ପକ୍ଷରୁ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ସାମାଜିକ ସଂଗଠନ ଗୁଡ଼ିକ ଉତ୍ତରପ୍ରଦେଶରେ ଘଟିଥିବା ଘଟଣାର ଯୁବତୀଙ୍କ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ସମ୍ବିଧାନର ପଂଚମ ଓ ଷଷ୍ଠ ଅନୁସୂଚୀକୁ ଲାଗୁ କରିବା ଏବଂ ନିକଟରେ ଗିରଫ ହୋଇଥିବା ହରେକୃଷ୍ଣ ମଳିକଙ୍କୁ ନିଃସର୍ତରେ ଛାଡ଼ କରିବା ପାଇଁ ଦାବି କରିଥିଲେ। ପ୍ରକାଶଯେ, ଗତ କିଛିଦିନ ତଳେ ଗିରଫ ହୋଇଥିବା ହରେକୃଷ୍ଣ ମଲିକ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଉପରେ ବିଭିନ୍ନ ମତରଖି ପୋଷ୍ଟ କରିଥିବା ବେଳେ ଏହାକୁ କେତେକ ବିରୋଧ କରି ରାଜ୍ୟ ପୁଲିସ୍ ର ଦୃଷ୍ଟିଆକର୍ଷଣ କରିଥିଲେ ଓ ପରବର୍ତ୍ତି ସମୟରେ  ପୁଲିସ୍ ପକ୍ଷରୁ ଏକ ମାମଲା ରୁଜୁକରାଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସବୁ  ସଂଗଠନର ଗୁଡ଼ିକ ସ୍ଥାନୀୟ କଲେଜ  ନିକଟରୁ  ପାରମ୍ପରିକ ସାଜସଜ୍ଜାରେ ଏକ ଶୋଭାଯାତ୍ରରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

Related Posts

About The Author

Add Comment