କନ୍ଧମାଳ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦ୍‍ଘାଟିତ

Spread the love

କନ୍ଧମାଳ, ୧୩/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଏସ୍‍ଏନ୍‍ଏଲ୍‍ ଅଫିସ୍‍ ପରିସରରେ ଏକ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ଶାଖାର ସିଜିଏମ୍‍ ଡ.ଉଦୟ ଶଙ୍କର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଡ଼ିଓ ଶୁରେଶ କୁମାର ସାହୁ, ଏସଡ଼ିଓ ମନୋଜ କୁମାର ପଟନାୟକ, ଏକାଉଣ୍ଟ ଅଫିସର ପ୍ରେମଚାନ୍ଦ ଦାସଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଏହି କଷ୍ଟମର ସର୍ଭିସ୍‍ ସେଣ୍ଟର ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ସହ ଉପଭୋକ୍ତା ମାନଙ୍କର ଅତି ନିକଟତର ହୋଇ ବିଶ୍ୱାସ ଭାଜନ ହୋଇପାରିବ ବୋଲି ସିଜିଏମ୍‍ ଏହି ଅବସରରେ ପ୍ରକାଶ କରିଥିଲେ। ଫଳରେ ଆଗାମି ଦିନରେ ଅଧିକରୁ ଅଧିକ ଗ୍ରାହକ ସୃଷ୍ଟି ହୋଇପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଶେଷରେ ଏହି ସିଏସ୍‍ସିର ଫ୍ରାଞ୍ଚାଇଜ୍‍ ନେଇଥିବା କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment