କନ୍ଧମାଳ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କ.ନୂଆଗାଁ ବ୍ଲକ ପରିଦର୍ଶନ

Spread the love
କନ୍ଧମାଳ,୦୩/୦୭/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵ ରଞ୍ଜନ ନାୟକ ପରିଦର୍ଶନରେ ଆସିଛନ୍ତି l  ସେ ବ୍ଲକରେ ପହଞ୍ଚି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ସରକାରୀ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ତାପରେ କଞ୍ଜାମେଣ୍ଡିରେ ଚାଲିଥିବା ଛ’ଅ ଲକ୍ଷ ଏଗାର ହଜାର ଆଠ ଶହ ଟଙ୍କାର ପ୍ରକଳ୍ପ ଅମୃତ ସରୋବର ପୋଖରୀର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପରିଦର୍ଶନ କରିଥିଲେ। କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏନ୍ଆରଜିଇଏରେ ଶ୍ରମିକ ମାନଙ୍କୁ ଅଧିକରୁ ଅଧିକ ଯୋଡ଼ିବା ସହିତ ଉକ୍ତ ପ୍ରକଳ୍ପ ଏକ ମାସ ଭିତରେ ବିଭିନ୍ନ କାର୍ଯ୍ୟ ସାରିବା ସହ ପୋଖରୀର ଆଲୋକ ସାଜସଜା, ମହିଳା ଗାଧୁଆ ଗୃହ, ସିମେଣ୍ଟ ଚେୟାର କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ପରିଦର୍ଶନ ବେଳେ ବିଡ଼ିଓ ଶରତ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୋଭିତ ମହାପାତ୍ର, ସହକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପ ସମେତ ଗ୍ରାମ ରୋଜଗାର ସେବକ ଓ ଗାଁ ସାଥିଗଣ ଉପସ୍ଥିତ ଥିଲେ।

Related Posts

About The Author

Add Comment