କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗଲ୍ ମିଟ୍ ଜରିଆରେ ଅନୁଷ୍ଠିତ

Spread the love

କନ୍ଧମାଳ,19/10. (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  କୋଭିଡ଼୍‍ କଟକଣା ଯୋଗୁଁ କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗୁଲ୍‍ ମିଟ୍‍ ଜରିଆରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲା ଫୁଲବାଣୀ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଓ କେନ୍ଦ୍ରିୟ ଅର୍ଥ କମିଶନଙ୍କଠାରୁ ପ୍ରାୟ ଅନୁଦାନ ପାଣ୍ଠି ସଂପର୍କରେ ଆଲୋଚନା କରାଯାଇ ଥିଲା। ଚଳିତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ କେନ୍ଦ୍ରିୟ ଅର୍ଥ କମିଶନ ଅନୁଦାନର ସୁପାରିଶ୍‍ ଆଧାରରେ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦ ନିମନ୍ତେ ମୌଳିକ ଉଦ୍ଦେଶ୍ୟ ସାଧନ ପାଇଁ ପାଣ୍ଠିର ବ୍ୟବହାର ସଂପର୍କରେ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ପଞ୍ଚମ  ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦକୁ ଦିଆଯାଇଥିବା ହସ୍ତାନ୍ତର ପାଣ୍ଠିର ବିନିଯୋଗ ସଂପର୍କରେ ମଧ୍ୟ ଆଲୋଚନା କରଯାଇଥିଲା।ଅନୁଷ୍ଠିତ ଗୁଗୁଲ୍‍ ମିଟରେ କନ୍ଧମାଳ ସଂସାଦ ଡ.ଅଚ୍ୟୁତ ସାମନ୍ତ ଭୁବନେଶ୍ୱରରେ ଥାଇ ତାଙ୍କ ଅଭିଭାଷଣ ରଖିଥିବା ବେଳେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କ ଅଭିଭାଷଣ ରଖିଥିଲେ। ସେହିପରି ଜିଲାପାଳ ଡା.ବୃନ୍ଦା.ଡ଼ି କନ୍ଧମାଳ ଜିଲା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟ, ଜିଲାର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ନିଜ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉପସ୍ଥିତ ରହି ଆଲେଚାନରେ ଅଂଶ ଗ୍ରହଣ କରିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ସଭାପତି, ଉପସଭାପତି  ପ୍ରମୁଖ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଉପସ୍ଥିିତ ରହି ନିଜ ନିଜ ଅଭିଭାଷଣ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସମସ୍ତ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବା ବେଳେ ବି.ଡ଼ି.ଓ, ତହସିଲ୍‍ଦାର ଓ ଅନ୍ୟ ସଭ୍ୟ ସଭ୍ୟା ଓ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Related Posts

About The Author

Add Comment