କନ୍ଧମାଳ : ଘାଟି ତଳକୁ ଖସିଲା ମିନିଟ୍ରକ, ୧୦ ମୃତ ୩୦ରୁ ଉର୍ଦ୍ଧ୍ୱ ଆହତ

Spread the love

କନ୍ଧମାଳ,  ୨3/୧ (ସନ୍ଧାନ ନିୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣ ଗାଁ ନିକଟସ୍ଥ ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଏକ ମିନିଟ୍ରକ ନଂ ଓଆର ୭ ଡି ୧୬୧୧ ସୁଲିମହା ଗ୍ରାମଠାରୁ ବ୍ରାହ୍ମଣୀ ଗାଁକୁ ଏକ ଚର୍ଚ୍ଚର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଅନ୍ୟୁନ ୪୦ ଜଣ ଯାତ୍ରୀ ଯାଉଥିବା ସମୟରେ ବଙ୍ଗରଦୁଆ ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇ ବ୍ରାହ୍ମଣୀ ଗାଁ, ମୋହନା, ଅଡ଼ବା ଓ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ପାଇ ସଙ୍ଗେ ସଙ୍ଗେ ବ୍ରାହ୍ମଣୀ ଗାଁ ମୋହନା ଅଡ଼ବାର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତକ ଏବଂ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରେପରେ ଦାରିଙ୍ଗ ବାଡ଼ି ବିଡ଼ିଓ, ତହସିଲଦାର, ଥାନାଅଧିକାରୀ ବାଲିଗୁଡ଼ା ଉପଜିଲ୍ଲାପାଳ, ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ସମେତ ବିଭିନ୍ନ ପଦାଧିକାରୀ ସେୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ପହଁଚିଥିଲେ। ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related Posts

About The Author

Add Comment