କନ୍ଧମାଳର ହଳଦୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା

Spread the love

ଭୁବନେଶ୍ୱର ୧/୪ (ସନ୍ଧାନ ନିୟୁଜ) ଓଡ଼ିଶାର କନ୍ଧମାଳ ହଳଦୀର ସ୍ୱତନ୍ତ୍ର ଚାହିଦା ରହିଛି। ଆଉ ଆଜି ଏଥିରେ ଯୋଡ଼ି ହୋଇ ଯାଇଛି ଆଉ ଏକ ଅଧ୍ୟାୟ। କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ଟ୍ୟାଗ୍ (ଜିଓଗ୍ରାଫିକାଲ ଇଣ୍ଡିକେସନ)। ଜିଆଇ ମାନ୍ୟତା ମିଳିବା କନ୍ଧମାଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ସଫଳତା ରହିଛି ବୋଲି କହିଛି ଆବେଦନ କରିଥିବା ସଂଗଠନ ‘କସମ୍’।

ଜିଆଇ ମାନ୍ୟତା ୨୦୨୮ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ରହିବ। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦ୍ୱାରା ଏହାର ବିକ୍ରି ପାଇଁ ଉନ୍ନତ ବଜାର କ୍ଷେତ୍ର ସୃଷ୍ଟି ହେବ ବୋଲି ‘କସମ’ ପକ୍ଷରୁ କୁହାଯାଇଛି।

ସୂଚନାରୁ ପ୍ରକାଶ, ଜିଆଇ ଟ୍ୟାଗ ପାଇଁ MSME ମନ୍ତ୍ରାଳୟ ଅଧୀନରେ ଥିବା CTTC ପାଖରେ କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ ଫର ମାର୍କେଟିଂ (KASAM) ପକ୍ଷରୁ ଆବେଦନ କରାଯାଇଥିଲା।

Related Posts

About The Author

Add Comment