କନ୍ଧମାଳର ବିଭିନ୍ନ ଘଞ୍ଚ ଘଞ୍ଚ ଜଙ୍ଗଲରେ କମ୍ବିଂ ଜୋରଦାର ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ମାଓବାଦୀ ମୃତ

Spread the love
କନ୍ଧମାଳ, ୨୬/୧୨/୨୫  (ସନ୍ଧାନ ନ୍ୟୁଜ ) : ସମଗ୍ର କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ  କମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ଟଳି ପଡ଼ିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ଥ ଗୁମ୍ମା ପଞ୍ଚାୟତ ର ପେଡମ୍ ଘଞ୍ଚ ଜଙ୍ଗଲରେ ଘଟିଛି ଏହି ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀ ଏବଂ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଦୁଇ ମାଓବାଦୀ ଙ୍କ ନିକଟରୁ ଗୋଟିଏ ରିଭଲଭର, ଗୋଟିଏ ୩୦୩ ରାଇଫଲ୍ ଓ ଗୋଟିଏ ୱାକିଟକି ଜବତ କରିଛନ୍ତି ଏସ୍ଓଜି ଯବାନ । ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡିଛି । ଉଭୟଙ୍କ ମୁଣ୍ଡ ପାଇଁ ଥିଲା ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ରାଜ୍ୟ ସ୍ବତନ୍ତ୍ର ଗୁଇନ୍ଦା ଦଳ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ରମ୍ଭା ବନାଞ୍ଚଳରେ ୨୩ଟି ଦଳ (୨୦ଟି ଏସଓଜି, ୨ଟି ସିଆରପିଏଫ, ୧ଟି ବିଏସଏଫ ) କୁ ନେଇ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ୨୫ ତାରିଖ ସକାଳେ ବିଭିନ୍ନ ସ୍ଥାନରେ ଏସ ଓ ଜି ଦଳ ସହିତ ଅନେକ ଗୁଳି ବିନିମୟ ହୋଇଥିଲା। ଅଞ୍ଚଳ ତଲାସି ପରେ, ୟୁନିଫର୍ମ ପିନ୍ଧିଥିବା ୪ଟି ମାଓବାଦୀଙ୍କ ମୃତଦେହ (୨ଟି ପୁରୁଷ ଏବଂ ୨ଟି ମହିଳା) ଏବଂ ୨ଟି ଇନସାସ ରାଇଫଲ୍, ଗୋଟିଏ ୩୦୩ ରାଇଫଲ୍ ଉଦ୍ଧାର କରାଯାଇଛି। ଜଣେ ମୃତ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି, ସେ ଗଣେଶ ଉଇକେ, କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ସେ ଓଡ଼ିଶାରେ ନକ୍ସଲ ସଂଗଠନର ମୁଖ୍ୟ ଥିଲେ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ୩ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଅଧୂକ ସନ୍ଧାନ ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଥିବା ଜଣା ପଡିଛି l

Related Posts

About The Author

Add Comment