କନ୍ଧମାଳର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ଜିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ

Spread the love

ବାଲିଗୁଡା, 16/10. (ସନ୍ଧାନ ନ୍ୟୁଜ୍):-  କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ପ୍ରଶାନ୍ତି ସଂସ୍କୃତିକ ସମ୍ବଳ କେନ୍ଦ୍ର ପରିସରରେ ଜ଼ିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା  ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଓ  ତୁମୁଡିବନ୍ଧର  ଲୋକକଳା ସଂସ୍କୃତି ସଂଘର ଉପ  ସଭାପତି ସଦାନନ୍ଦ ପରାସେଠ୍ ଙ୍କ ଆହ୍ଵାନ କ୍ରମେ ଜ଼ିଲ୍ଲାର କୋଣଅନୁକୋଣରୁ ବହୁ ବରିଷ୍ଠ କଳାକାର ଓ ସମସ୍ତ ବ୍ଲକର ଉପ  ସଭାପତି ଯୋଗଦେଇଥିଲେ l ଅତିଥି ଭାବେ ବରିଷ୍ଠ କଳାକାର ତଥା ସଂଗଠକ ନେତ୍ରମାନ ସେଠ୍,  ବଲିଉଡ କଳାକାର ଯଦୁ ନନ୍ଦନ, ରମୁଁ ସାଠୁଆ  ଓ  ଜନ ବିକାଶ କର୍ମୀ ନରେଶ ରଣଜିତ ପ୍ରମୁଖ   ଯୋଗଦେଇ ଥିଲେ l କୋଭିଡ଼ ନିୟମକୁ ମାନି ସାମାଜିକ ଦୂରତାରଖି ମାସ୍କ ପିନ୍ଧି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆବାହକ ସଦାନନ୍ଦ ପରାସେଠ୍ ଙ୍କ ସଂଯୋଜନାରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆମନ୍ତ୍ରିତ ଅତିଥିଗଣ ଜ଼ିଲ୍ଲାରେ ଲୋକ କଳାକାରଙ୍କ ସଂଗଠକ  କୁ ଉଚ୍ଚ ପ୍ରଶଂସା କରିଥିଲେ ଓ କୋଭିଡ ସମୟରେ କାମ ଧନ୍ଦା ନପାଇ ଲୋକ କଳାକାର ଦୁର୍ଦଶା ଭୋଗୁଥିବା ରୁ କଳାକାରଙ୍କୁ କାମ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା l ସର୍ବ ସମ୍ମତି କ୍ରମେ  ଜ଼ିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ଭାବେ ଅକ୍ଷୟ କର୍ଣ୍ଣ ଓ ସଂଯୋଜକ ଭାବେ ସରୋଜ ପାତ୍ର ରାଇକିଆ ବ୍ଲକ ଉପ ସଭାପତି ଭାବେ ଶିଶିର କାନ୍ତ ପ୍ରଧାନ ବାଲିଗୁଡା ବ୍ଲକ ଓ ଏନ ଏ ସି ପାଇଁ ପ୍ରମୋଦ କୁମାର ଦଣ୍ଡସେନା,  କ ନୂଆଗାଁ ବ୍ଲକ ପାଇଁ ତ୍ରିନାଥ ପଣ୍ଡା,  କୋଟଗଡ ବ୍ଲକ ପାଇଁ ରବୀନ୍ଦ୍ର ପ୍ରଧାନ,  ଫିରିଙ୍ଗିଆ ବ୍ଲକ ପାଇଁ ଅକ୍ଷୟ କର୍ଣ୍ଣ,  ଫୁଲବାଣୀ ବ୍ଲକ ଓ ମୁନସିପାଲଟି ପାଇଁ ରମେଶ ଚନ୍ଦ୍ର ସାହୁ,  ଖଜୁରୀପଡା ପାଇଁ ସରୋଜ କୁମାର ସାହୁ,  ଚକାପାଦ ବ୍ଲକ ପାଇଁ ପ୍ରଭାକର ନାୟକ, ଦାରିଙ୍ଗବାଡି ବ୍ଲକ ପାଇଁ ଗୋଲକ ମଳିକ, ଜି.ଉଦୟଗିରି ବ୍ଲକ ପାଇଁ     ଜୁନୁସ ପରିଛା ,ଟିକାବାଲି ବ୍ଲକ ପାଇଁ ସଥପତି ପ୍ରଧାନ ଓ ସଂଘର ଉପଦେଷ୍ଟା ଭାବେ  ବରିଷ୍ଠ  କଳାକାର ଅଚ୍ୟୁତ ବେହେରା, ପ୍ରାଣବନ୍ଧୁ ସାହାଣୀ,  ମଧୁ ସୁଦନ ସାହାଣୀ ଯୁଧିଷ୍ଠିର ପାତ୍ର ଓ ପୁରୁଷୋତ୍ତମ ନାୟକ,  ବିଜୟ ଆମାୟତଙ୍କୁ ଚୟନ କରାଗଲା l ଜ଼ିଲ୍ଲା ଉପସଭାପତିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଥିଲା ଶେଷରେ ଉପ ସଭାପତି ସଭାସାଙ୍ଗ କରିଥିଲେ l

Related Posts

About The Author

Add Comment