କନ୍ଧମାଳରେ କରୋନା ଟୀକା କରଣ ପାଇଁ ଡ୍ରାଏ ରନ :୨୫ ଜଣଙ୍କୁ ଡ୍ରାଏ ରନ୍ ଟିକା ପ୍ରଦାନ

Spread the love

କନ୍ଧମାଳ, ୦୪/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକା ପାଇଁ ଡ୍ରାଏ ରନ୍ ଅନୁଷ୍ଠିତ ହୋଇ ଯାଇଛି। ୨୫ ଜଣଙ୍କୁ ଡ୍ରାଏ ରନ୍ ଟିକା ପ୍ରଦାନ କରାଯାଇଥିଲା। ଟିକା ପ୍ରଦାନ ପରେ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ନେଇ ସଚେତନ କରାଯାଇଥିଲା। ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରଥମ ପର୍ଯ୍ୟାୟାରେ ଜିଲ୍ଲାର ୭ହଜାର ୭୬୨ ଜଣ ସ୍ବାସ୍ଥ୍ୟ ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ। ଏଥି ନିମନ୍ତେ ସେମାନଙ୍କ ନାମ ପଂଜିକରଣ କରାଯାଇଛି।ଡ୍ରାଏ ରନ୍ ଟିକାକରଣ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରସନ୍ନ କୁମାର ତ୍ରିପାଠୀ,ଡା.କଲ୍ୟାଣୀ ମିଶ୍ର, ଡା,ପ୍ରଭାକର ସାହୁ ଏବଂ ଡା.ବସନ୍ତ କୁମାର ପାତ୍ର ଏବଂ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଣିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଟିକାକରଣ ପୂର୍ବରୁ କେଉଁଠି ଓ କେବେ ଟିକା ଦିଆଯିବ ତାପୂର୍ବରୁ ସୂଚନା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ସଂଧ୍ୟାରେ ଡ୍ରାଏ ରନ୍ ଟିକାକରଣର ପ୍ରସ୍ତୁତି ନେଇ ଡାକ୍ତର ଓ କର୍ମଚାରୀଙ୍କୁ ସହ ଭଚୁର୍ଆଲ ମାଧ୍ୟମରେ ଜିଲ୍ଲାପାଳ ଡା.ବୃନ୍ଦା ଡି ଆଲୋଚନା କରିଥିବା ଜଣା ପଡିଛି। ସଂପ୍ରତି କନ୍ଧମାଳରେ କରୋନା ସଂକ୍ରମିତ ଜିରୋ ଥିବା ବେଳେ ଭ୍ୟାକ୍ସିନ ଆସୁ ଯାଉଥିବାରୁ ଏହାକୁ ନେଇ ସମସ୍ତେ ବେଶ ଉତ୍ସାହିତ ହୋଇ ପଡିଛନ୍ତି।

Related Posts

About The Author

Add Comment