କନ୍ଧମାଳ,୧୯/୦୮/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଏବଂ ଡ଼ିଭିଏଫ ଜବାନ ମାନେ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଜି ଶୁକ୍ରବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ ,ସେଫଟି ଫିଉଜ, ସାବୁନ, ତେଲ, ଲେଡ଼ିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀ ମାନ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି l ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା l କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି l
କନ୍ଧମାଳରେ ଏସଓଜି ଏବଂ ଡ଼ିଭିଏଫ ଜବାନଙ୍କ କମ୍ବିଙ୍ଗ ଅପରେସନ, ବହୁ ମାଓ ସାମଗ୍ରୀ ଜବତ
|
August 21, 2022 |



