କନ୍ଧମାଳ:ପଞ୍ଚାୟତ ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

Spread the love
କନ୍ଧମାଳ, ୨୧/୦୧/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ନିମନ୍ତେ ଦୁଇ ଜଣ ବରିଷ୍ଠ  ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଦେବେନ କୁମାର ପ୍ରଧାନ ଏବଂ ଆଲୋକ ରଞ୍ଜନ ବେହେରା। ଏହି ଦୁଇଜଣ ବରିଷ୍ଠ  ଅଧିକାରୀ  ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ନିର୍ବାଚନ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।ସମଗ୍ର କନ୍ଧମାଳ ଜିଲାରେ ନିର୍ବାଚନ ଯେପରି ଅବାଧ,ସ୍ୱଛ, ତଥା ନିରପେକ୍ଷ ହେବା ସହ ସରକାରଙ୍କ କୋଭିଡ଼ ଗାଇଡ୍ ଲାଇନ ଭଲଙ୍ଘନ ହେଉଛି କି ନାହିଁ ମଧ୍ୟ ତଦାରଖ କରିବେ । ଏହି ଦୁଇ ପର୍ଯ୍ୟବେକ୍ଷକ ଦେବେନ କୁମାର ପ୍ରଧାନଙ୍କ ମୋବାଇଲ ନମ୍ବର ୯୪୩୮୭୮୨୮୫୬, ଓ ଆଲୋକ ରଂଜନ ବେହେରାଙ୍କ ମୋବାଇଲ ନମ୍ବର ୮୨୮୦୦୪୩୫୧୨ ରେ  ଯୋଗାଯୋଗ କରିପାରିବେ ବୋଲି କନ୍ଧମାଳ ଜିଲ୍ଲା  ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related Posts

About The Author

Add Comment