କଟକ 06/03 (ସନ୍ଧାନ ନିଉଜ) କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦିତୀୟ ପର୍ଯ୍ୟାୟ କରୋନା ଟୀକାଦାନ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଟୀକା ନେଇଥିବା କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ,ଅଶାକର୍ମୀ,ଅଙ୍ ଗନବାଡି କର୍ମୀ ମାନେ ଦିତୀୟ ଡୋଜ ଟୀକା ଗ୍ରହଣ କରିଥିବା ବେଳେ ୨୭ ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯାଇଛି ସର୍ବମୋଟ ୧୫୪ ଜଣ ଟୀକା ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ,ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି,ଡାକ୍ତର ରାକେଶ କୁମାର ଜେନା,ସ୍ୱାସ୍ଥ୍ୟ ପରିଦର୍ଶିକ ନିଗମାନନ୍ଦ ମହାନ୍ତି,ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ,ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ,ଶିବାନି ବୋଷ, ରଂଜିତା ସ୍ୱାଇଁ,ଭାରତୀ ଦାଶ, ବେଲାରାଣୀ କୁଅଁର,ରତ୍ନମଞ୍ଜରୀ ଆଚାର୍ଯ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା,ପ୍ରତାପ ସେଠୀ,ବିକାଶ ନାୟକ,ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ଯ୍ୟାୟ କରୋନା ଟୀକା କରଣ।
|
March 6, 2021 |



