କଦଳା ହରିଦାସପୁରରେ ପବିତ୍ର ବାହୁଡା଼ ଯାତ୍ରା :

Spread the love

ଯାଜପୁର/୧୫/୦୭/ସନ୍ଧାନ ନ୍ୟୁଜ୍/ସାଗରିକା ଦଳାଇ)ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା -ହରିଦାସପୁର ଠାରେ ପ୍ରଥମ ବର୍ଷ ପବିତ୍ର ରଥ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇ ଆଜି ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି | ଏହି ଉପଲକ୍ଷେ କେଶବ ଚନ୍ଦ୍ର ଜେନା ଛେରା ପହଁରା କରିବାପରେ ହରିଦାସପୁର ରେଳ ଷ୍ଟେସନ ନିକଟ ବାଲିଗରି ମା ‘ କୁସୁମାବତୀ ପୀଠ ସ୍ଥଳୀ ମାଉସୀ ମା ‘ମନ୍ଦିର ଠାରୁ ନାମସଂକୀର୍ତନ ଓ ଘଣ୍ଟ ଘଣ୍ଟା ବାଦ୍ୟ ସହକାରେ ରଥ ଟଣା ଆରମ୍ଭ ହୋଇ କଦଳା ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟାରେ ରଥ ପହଂଚିବା ପରେ ଯଥାଵିଧି ପୂଜାର୍ଚ୍ଚନା କରାଯାଇଥିଲା | ଏହାର କର୍ତ୍ତା ଭାବେ ମନୋଜ କୁମାର ସାହୁ କାର୍ଯ୍ୟ ନିର୍ବାହ କରିଥିଲେ | ସ୍ଥାନୀୟ କଦଳା, ହରିଦାସପୁର, କୋଶଳିଆ, କଞ୍ଚିଆ, ବାଲିଗରି, ସାରୋଇ, ସୁନ୍ଦରିଆ, ନେଉଳପୁର ଆଦି ଗ୍ରାମ ସମେତ ପାଖ ଆଖ ଗ୍ରାମର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରି ଉକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ | ରଥଟଣା ହୋଇ ଜଗନ୍ନାଥଙ୍କ ମନ୍ଦିରରେ ପହଂଚିଵା ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମନ୍ଦିର ଠାରେ ପହଞ୍ଚି ପ୍ରଭୁଙ୍କର ଦର୍ଶନ ଲାଭ କରିଥିଲେ |

Related Posts

About The Author

Add Comment