ଯାଜପୁର/୦୯/୦୭/ସନ୍ଧାନ ନିୟୁଜ୍)ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ହରିଦାସପୁର ଠାରେ ଚଳିତ ବର୍ଷ ପ୍ରଥମକରି ପବିତ୍ର ରଥ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି |ଏହି ଉପଲକ୍ଷେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କଦଳାଗ୍ରାମସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମୁଖ୍ୟ ପଣ୍ଡିତ କମଳ ଲୋଚନ ଶତପଥୀଙ୍କ ତତ୍ଵାବଧାନରେ ସହଯୋଗୀ ପଣ୍ଡିତ ପବିତ୍ର ନନ୍ଦ, ଉକ୍ତ ମନ୍ଦିର ପୂଜକ ବାବନ ଚରଣ ମିଶ୍ର ପ୍ରମୁଖ ଵିଧିମୁତାବକ ପୂଜା ଅର୍ଚ୍ଚନା କରିବା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥଲେ | ଏହା ପରେ କେଶବ ଚନ୍ଦ୍ର ଜେନା ଛେରା ପହଁରା କରିବାପରେ ରଥ ଟଣା ଆରମ୍ଭ ହୋଇ ପ୍ରାୟ ୨କି. ମିଟର ଦୂର ହରିଦାସପୁର ରେଳ ଷ୍ଟେସନ ନିକଟ ବାଲିଗରି ମା ‘ କୁସୁମାବତୀ ପୀଠ ସ୍ଥଳୀ ମାଉସୀ ମା ‘ମନ୍ଦିର ଠାରେ ରଥ ପହଂଚି ଥିଲା | ଏହାର କର୍ତ୍ତା ଭାବେ ମନୋଜ କୁମାର ସାହୁ କାର୍ଯ୍ୟ କରିଥିଲେ |ଏହି ରଥଟଣା କାର୍ଯ୍ୟରେ ସ୍ଥାନୀୟ କଦଳା, ହରିଦାସପୁର, କୋଶଳିଆ, କଞ୍ଚିଆ, ବାଲିଗରି ଆଦି ଗ୍ରାମ ଆଦି ଗ୍ରାମ ସମେତ ପାଖ ଆଖ ଗ୍ରାମର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟରେ ଯୋଗଦେଇ ସହଯୋଗ କରିଥିଲେ | କଦଳା ଗ୍ରାମ ଠାରେ ଉକ୍ତ ଜଗନ୍ନାଥ ମନ୍ଦିର ଗତ ୨0୧୯ ଜୁଲାଇ ୧0 ତାରିଖରେ ପ୍ରତିଷ୍ଠା ହୋଇଥିଲା |ଦୀର୍ଘ ୫ ବର୍ଷ ପରେ ଚଳିତ ବର୍ଷ ଏଠାରେ ରଥ ଯାତ୍ରା ହେଉଥିବାରୁ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ହୋଇଥିଲା |
କଦଳା – ହରିଦାସପୁରରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା :ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ୫ ବର୍ଷ ପରେ ପ୍ରଥମ ରଥ ଯାତ୍ରା, ସ୍ଥାନୀୟ ଅଞ୍ଚଳରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଉଦ୍ଦୀପନା
|
July 9, 2024 |
