ଧର୍ମଶାଳା , (ସନ୍ଧାନ ନ୍ୟୁଜ ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ପଞ୍ଚାୟତର କଦଳା (ହରିଦାସପୁର ) ଗ୍ରାମରେ ପ୍ରତିଷ୍ଠିତ ଶ୍ରୀଶ୍ରୀ ସୁପ୍ତେଶ୍ବର ମହାଦେବଙ୍କ ମନ୍ଦିର ପରିସରରେ ସଙ୍କଟ ମୋଚନ ମହାବୀର ହନୁମାନଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ମା’ଲକ୍ଷ୍ମୀ ଓ ମା’ବିମଳାଙ୍କ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପଣ୍ଡିତ କମଳ ଲୋଚନ ଶତପଥୀ, ଲକ୍ଷ୍ମୀ ନାରାୟଣ ବ୍ୟାସ, ସୂର୍ଯ୍ୟକାନ୍ତ ମିଶ୍ର, ରାଜ କିଶୋର ପଣ୍ଡା ଓ ମନ୍ଦିର ପୂଜକ ବାବନ ଚରଣ ମିଶ୍ର ପ୍ରମୁଖ ପଣ୍ଡିତଗଣଙ୍କ ଦ୍ଵାରା ସମାହିତ ହୋଇଛି । ଏଥିରେ ହନୁମାନ ମନ୍ଦିର କର୍ଷା ଭାବେ ଦେବାଶିଷ ପରିଡା ଓ କର୍ଭି ରୂପେ ବବିତା ପରିଡା, ମା’ଲକ୍ଷ୍ମୀ ମନ୍ଦିର କର୍ଭା ଭାବେ ଅର୍ଜୁନ କୁମାର ପରିଡ଼ା ଓ କରି ରୂପେ ଜୟନ୍ତୀ ପରିଡା ଓ ମା’ବିମଳା ମନ୍ଦିର କର୍ରା ଭାବେ ଡାକ୍ତର ତମାଳ ବରଣ ଦାସ ଓ କରି ରୂପେ ସତ୍ୟପ୍ରିୟା ବାସ କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଅବସରରେ ସକାଳେ କଳସ ଶୋଭାଯାତ୍ରା ପରେ ସୂର୍ଯ୍ୟ ପୂଜା, ଗୋପୂଜା ଆଦି କାର୍ଯ୍ୟ ରୀତିନୀତି ଅନୁସାରେ ସମ୍ପନ୍ନ ପରେ ପୂର୍ଣାହୁତି କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଭଜନ କୀର୍ତନ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ କେଶବ ଚନ୍ଦ୍ର ଜେନା, ବାବାଜୀ ଚରଣ ରାଉତ, ସୁଶାନ୍ତ କୁମାର ସ୍ବାଇଁ, ଯୁଧୁଷ୍ଠିର ପରିଡା, ଶୀତ ବେହୁରା, ମନୋଜ କୁମାର ରାଉତ, ଶରତ ବେହୁରା, ପୂର୍ଣ ଚନ୍ଦ୍ର ପାତ୍ର, ପ୍ରକାଶ ରାଉତ, ସାଗର ସାମଲ, ଅଜୟ ସାମଲ, ରାଜେସ ସାମଲ, ରଜତ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ। ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।



