ଧର୍ମଶାଳା , ୨୦/୫ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ହରିଦାସପୁର କଦଳା ଜଗନ୍ନାଥ ନିର୍ମାଣ ପାଇଁ ଦାରୁ ଯାତ୍ରା ଉସôବ ଅନୁଷ୍ଠିତ ହୋଇଯାଇଛି । ପୁର୍ବରୁ ବାଲିଗରି ଗ୍ରାମରେ ଥିବା ଏକ ଲିମ୍ବଗଛରେ ଗଦା, ଚକ୍ର ଆଦି ଚିହ୍ନ ଦେଖାଯାଇ ଦାରୁ ଚିହ୍ନଟ ପକ୍ରିୟ ଶେଷ କରାଯାଇଥିଲ । ପରେ ଦାରୁ ଚେଦନ ସମାପନ ହେବା ପରେ ଜଗନ୍ନାଥ ର୍ନମାଣ କରାଯିବା ପାଇଁ ଆଜି ମନ୍ଦିର ପରିସରରେ ଦାରୁ ପଂହଚିଛି । ଏହି ଦାରୁ ଯାତ୍ରାରେ ବାଲିଗରି, କୋଶଳିଆ, କଂଚିଆ, ହରିଦାସପୁର, କଦଳା ଗ୍ରାମରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇ ବିଧି ପୁର୍ବକ ପୁଜାର୍ଚ୍ଚନା କରାଯିବା ପରେ ଦାରୁ ଆସିଥିଲା । ଦାରି ଯାତ୍ରା ଅବସରେ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଗ୍ରାମମାନଙ୍କରେ ନୂତନ ବସ୍ତ୍ର ରାସ୍ତାରେ ବିଛାଇ କଳସ ବସାଇ ଦାରୁ ଯାତ୍ରାରେ ନିଜର ଭକ୍ତିଭାବ ପ୍ରକାଶ କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ, ହରିବୋଲ ହୁଳହୁଳି ନାଦରେ ସମଗ୍ର ଗ୍ରାମପରିବେଷରେ ଏକ ଭକ୍ତିଭାବ ସୃଷ୍ଟି କରିଥିଲା । ଏହି ଦାରୁ ଯାତ୍ରାରେ ପାଖଆଖ ୫ଟି ଗ୍ରାମବସୀ ସହଯୋଗ କରିଥିବା ବେଳେ କେଶବ ସାମଲ କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ ।


Report- Manas Rout



