ଧର୍ମଶାଳା, ୧୬/୮ (ସନ୍ଧନ ନିଉଜ) : ଧର୍ମଶାଳା ବ୍ଲକ କଦଳା ହରିଦାସପୁର ସୋପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଜଗନ୍ନାଥ ମନ୍ଦିରରେ ଝୁଲଣା ଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଓଡିଆର ବରପର୍ବ ମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଅଭୁତ ପ୍ରେମର ଏକ ନିଆରା ପରମ୍ପରା ହେଉଛି ଝୁଲଣ ଯାତ୍ରା । ଏହି କ୍ରମରେ ମନ୍ଦିରରେ ପୁଜା ପାଉଥିବା ରାଧାକୃଷ୍ଣଙ୍କ ମୁର୍ତ୍ତିକୁ ଏବଂ ସୁସଜ୍ଜ୍ିତ ଦୋଳିରେ ସଜାଯାଉ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଝୁଲାଇଥିଲେ । ପରେ ପ୍ରଭୃଙ୍କ ଆଶିଷ ନେଇଥିଲେ । ଏହି ଝୁଲଣାଯାତ୍ରାକୁ ଦେଖିବାକୁ ମନ୍ଦିର ପରିସରରେ ବହୁ ଭିଡ ପରିଲକ୍ଷିତ ହୋଇଥିଲା । ନଖପଶି କିର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ କିର୍ତ୍ତନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
କଦଳା ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା
|
August 16, 2019 |
