କଦଳା ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

Spread the love

ଯାଜପୁର, (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଦଳା ହରିଦାସପୁର ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଙ୍କ ସହିତ ସୁଦର୍ଶନ ଙ୍କ ବାହୁଡା଼ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି. ଗତ 27ତାରିଖ ଦିନ ତିନି ମହାପ୍ରଭୁ ସୁଦର୍ଶନ ଙ୍କ ସହିତ ଏଠାରୁ ରଥରେ ବସି ବଳିଗରୀ ନିକଟସ୍ଥ ମା କୁସୁମାବତୀ ମାଉସୀ ମା ମନ୍ଦିର କୁ ବିଜେ କରିଥିଲେ ପରେ ସେଠାରେ ଦୀର୍ଘ 9ଦିନ ରହିବା ପରେ ଆଜି ବାହୁଡ଼ି ଆସିଛନ୍ତି ତିନି ଠାକୁର. ବହୁ ଭକ୍ତ ଶ୍ରଦ୍ଧାଳୁ ମାନେ ଆନନ୍ଦ ସହକାରେ ଘଣ୍ଟ ବାଦ୍ୟ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଧ୍ଵନି ରେ ପ୍ରଭୁଙ୍କୁ ବାହୁଡ଼ି ଆଣିଥିଲେ. ମନ୍ଦିର ନିକଟରେ ନୀତିକାନ୍ତି ହେବା ସହିତ ଆସନ୍ତା କାଲି ସୁନାବେଶ ପ୍ରଭୁ ଦର୍ଶନ ଦେବେ.

Related Posts

About The Author

Add Comment