ଯାଜପୁର, ୨୦ /୩ (ସନ୍ଧାନ ନିଉଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ଗ୍ରାମର ଜଗନ୍ନାଥ ମନ୍ଦିର ପାଇଁ ତିମୂତ୍ତି ନିର୍ମାଣ ହେବା ପାଇଁ ଦାରୁ ଚୟନ ପକ୍ରିୟା ଶେଷ ହୋଇ ଦାରୁ ଚିହ୍ନଟ କରାଯାଇଛି । ଜଗନ୍ନାଥଙ୍କ ଦାରୁ ହେବା ପାଇର୍ କେତୋଟି ନିମ୍ବ ଗଛରେ ସଙ୍କେତ ଶଙ୍ଖ, ଚକ୍ର, ଗଦା, ପଦ୍ମ କିମ୍ଭା ଓମ ଭଳି ସାଙ୍କେତ ଥିବା ଦାରୁକୁ ଚୟନ କରାଯାଇଥାଏ । ଏହି କମ୍ରରେ ଦାରୁ ଚୟନ ଦଳ ଦାରୁ ଖୋଜୁଥିବା ବେଳେ ବାଲିଗରି ଗ୍ରାମର ଶ୍ୟମସୁନ୍ଦର ରାଉତଙ୍କ ବାଡିରେ ରହିଥିବା ଦାରୁକୁ ଚୟନ କରିଥିଲେ । ଏହି ଦାରୁରେ ଓମ, ଏବଂ ଗଦା, ଚକ୍ରର ସଦୃଶ ସଙ୍କେତ ଦାରୁ ଚୟନ କରୁଥିବା ଦଳ ଦେଖିପାରିଥିଲେ । ଏପରକି ଶ୍ୟମସୁନ୍ଦରଙ୍କ ପରିବାରବର୍ଗଙ୍କୁ ବହୁ ପୂର୍ବରୁ କେତକ ପଣ୍ଡିତ ଆସି ଦାରୁରେ ଏଭଳି ଆଶ୍ୟର୍ଯ୍ୟ ସଙ୍କେତ ଦେଖି ତାହା ଦିନେ ନା ଦିନେ ଦାରୁବ୍ରହ୍ମ ହୋଇପାରିବ ବୋଲି କହିବା ସହିତ ଦାରୁ ନବିକ୍ରି କରି ମନ୍ଦିରକୁ ଦେବା ପାଇଁ ପରାମର୍ଶ ଦେଇଥିଲେ । ଦାରୁ ଚିହ୍ନଟ ପକ୍ରିୟ ଶେଷ ହେବା ପରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ରୀତିନିତୀ ଅନୁଯାୟୀ ଦାରୁ ମୂଳରେ ହୋମଯଜ୍ଞ କରାଯାଇ ବିଶ୍ୱକର୍ମୀଙ୍କ ଦ୍ୱାରା ଦାରୁ ଚେଦନ ଉସôବ ସମାପନା କରାଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀତ୍ତନ କରାଯାଇ ଦାରୁ ସ୍ଥାନରେ ଏକ ଆଧ୍ୟାତ୍ମକ ପରିବେଷ ସୃଷ୍ଟି ହୋଇଥିଲା । ହରିବୋଲି ହୁଳହୁଳି ଧ୍ୱନୀରେ ଦାରୁମୂଳରେ ପୂଜାର୍ଚ୍ଚନା କରାଯିବା ସହ ବହୁ ଭକ୍ତ ଦାରୁକୁ ପୂଜାର୍ଚ୍ଚନା କରିଥିଲେ । ଏପରକି ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ହରିଦାସପୁର ଅଂଚଳର ବିଶିଷ୍ଠା ପଣ୍ଡିତ କମଳ ଲୋଚନ ଶତପଥୀଙ୍କ ଦ୍ୱାରା ପୂର୍ଣ୍ଣହୁତି କରାଯାଇଥିବା ବେଳେ କର୍ତ୍ତା ଭାବେ କେଶବ ଜେନା ଏବଂ ତାଙ୍କ ପତ୍ନୀ ଶାନ୍ତିଲତା ଜେନା କାର୍ଯ୍ୟ କରିଥିଲେ । ଏହାକୁ ମାନସ କୁମାର ରାଉତ, ବିକି ସମାଲ, ଶୁଭମ ପରିଡା, ସୁରେଶ ରାଉତ, ଟୁଲୁ ରାଉତ, ଶରତ ଦାସ, ରବି ମହାରଣା, ବେଣୁଧର ମହାରଣା, କୁନାଲ ସାହୁ, ବାପୁ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରିଦାସପୁର, କଦଳା, ବାଲିଗରି ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
କଦଳା ଗ୍ରାମର ଜଗନ୍ନାଥ ମନ୍ଦିର ବିଗ୍ରହ ପାଇଁ ଦାରୁ ଚିହ୍ନଟ
|
March 21, 2019 |



