ଧର୍ମଶାଳା/୧୯/୧୧/ସନ୍ଧାନ ନିଉଜ୍/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମ ପାଳ ଗ୍ରାମରେ ବେଶ୍ ଧୁମ ଧାମରେ ପାଳନ ହେଉଛି କାର୍ତ୍ତିକ ବ୍ରତ , ଏହି କାର୍ତ୍ତିକ ମାସ ରେ ଗ୍ରାମ ମଧ୍ୟରେ ଥିବା ପ୍ରଭୁ ଲକ୍ଷ୍ମୀନାରାୟଣ ମଣ୍ଡପ ଠାରେ ସାତ ଦିନ ଧରି ସପ୍ତା ବସାଯାଇଥାଏ ଏବଂ ଗ୍ରାମର କିଛି ପିଲା ମାନେ ଏକତ୍ର ହୋଇ କିଛି କିଛି ସ୍ଥାନ ରେ ସାଜସଜ୍ଜା ରେ ବିଭିନ୍ନ ପ୍ରକାର ଠାକୁରଙ୍କ ଫଟୋ ରଖି ସପ୍ତା ବସେଇଥାନ୍ତି ଏବଂ ପଞ୍ଚୁକ ପାଞ୍ଚଦିନ ଗ୍ରାମର କୁଁଆରି ଝିଅମାନେ ଏକତ୍ର ହୋଇ କେଲୁଅ ନଦୀ କୂଳରେ କିଛି କିଛି ସ୍ଥାନ ରେ କଦଳୀ ଗଛକୁ ନେଇ ବେଶ୍ ସୁନ୍ଦର ଭାବରେ ନଦୀ ବାଲି ରେ ବାଲୁଙ୍କା ନିର୍ମାଣ କରି ବିଭିନ୍ନ ପ୍ରକାର ମୁରୁଜରେ ଝୋଟି ଚିତା ପକେ଼ଇ ଥାନ୍ତି ଏବଂ ଗ୍ରାମ ର ସଂକୀ୍ତ୍ତନମଣ୍ଡଳୀ ନାମ ସଂକୀର୍ତ୍ତନ କରି ଗ୍ରାମ ଭ୍ରମଣ କରିଥାଆନ୍ତି ଏବଂ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାହାନ୍ତା ରୁ ସମସ୍ତେ କେକୁଅ ନଦୀ ରେ ଡ଼ଙ୍ଗା ଭସାନ୍ତି ଏବଂ ଗ୍ରାମରେ ଥିବା ପ୍ରଭୁ ହରିବୋଲିଆ ମଠ ବଟେଶ୍ୱର ମନ୍ଦିର ରେ ସମସ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ଏବଂ ନାମ ସଂକୀର୍ତ୍ତନ ରେ ପ୍ରଭୁଙ୍କ ରାହାସ ଯାତ୍ରା ହୋଇଥାଏ.. ଗ୍ରାମ ର ଐତିହ ସଂସ୍କୃତି ପରମ୍ପରା ବିଷୟ ରେ ,. ବିଶିଷ୍ଟ ଶିକ୍ଷାବିତ୍ ତଥା ଇଂଜିନିୟର ସୂର୍ଯ୍ୟକାନ୍ତ ଜେନା ଗଣମାଧ୍ୟମ କୁ ସୂଚନା ଦେଇଥିଲେ
କଦମ ପାଳ ଗ୍ରାମ ରେ ବେଶ୍ ଧୁମ୍ ଧାମରେ ପାଳନ ହେଉଛି କାର୍ତ୍ତିକ ବ୍ରତ
|
November 19, 2021 |



