କ’ଣ ଏହି ପେଗାସସ୍ ? କେମିତି ହ୍ୟାକ୍ କରେ ଫୋନ୍ ?

Spread the love

ବାରିପଦା ୨୧/୦୭ (ସନ୍ଧାନ ନ୍ୟୁଜ୍)-:  ଯାସୁସି ଆପ୍ ପେଗାସସ୍‌ ସ୍କାନରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଦୁଇଟି ଫୋନ୍ ଏବେ ଏହି ଆପ୍‌ର ନଜରବନ୍ଦୀରେ। କେବଳ ରାହୁଲ ନୁହଁନ୍ତି, ରାଜନୈତିକ ରଣନୀତ ପ୍ରସ୍ତୁତ କର୍ତ୍ତା ପ୍ରସାନ୍ତ କିଶୋର, ଖୋଦ୍ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ମୋବାଇଲ ବି ଏବେ ଏହି ଯାସୁସି ଆପ୍ ସ୍କାନରରେ।
ପେଗାସସ୍ ଆପ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଯେବେଠୁ ଫୋନ୍‌ ଟାପିଂ ଓ ହ୍ୟାକିଂ ନ୍ୟୁଜ୍ ଆସିଲାଣି, ସେବେଠାରୁ ସମସ୍ତଙ୍କ ନିଦ ହଜିଯାଇଛି। ଆମେରିକା ଖବରକାଗଜ ୱାସିଂଟନ ପୋଷ୍ଟ ଓ ଲଣ୍ଡନର ଗାର୍ଡିଆନ୍‌ ରିପୋର୍ଟ ଅନୁସାରେ, ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଫୋନ୍ ଟ୍ୟାପ୍ କରାଯିବା ସହିତ ହ୍ୱାଟ୍ସଆପ୍ ମେସେଜ୍‌ ହ୍ୟାକ୍ କରାଯାଇଛି। ଆଉ ଫୋନ୍ ଟ୍ୟାପିଂ ଜାଲରେ ଫସିଛନ୍ତି କେନ୍ଦ୍ର ସରକାରଙ୍କର ମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ଜଜ୍ ଓ ଦେଶର ଅନେକ ସାମ୍ବାଦିକ। ଆଉ ଏହି ପୂରା ଖେଳ ପଛରେ ଯେଉଁ ସଫ୍ଟୱେୟାରର ନା ସାମ୍ନାକୁ ଆସିଛି ତାହା ହେଲା ପେଗାସସ୍।
ତେବେ କଣ ଏହି ପେଗାସସ୍ ? କେଉଁଠୁ ଆସିଲା ଏହି ଯାସୁସୀ ଆପ୍‌ ? କେମିତି ଆପଣଙ୍କ ମୋବାଇଲ୍‌ ଉପରେ ରଖୁଛି କଡ଼ା ନଜର ?
ପେଗାସସ୍ ଏକ ଇସ୍ରାଏଲ ସଫ୍ଟୱୟାର ଫର୍ମର ସ୍ୱାଏୱୟାର। ମାନେ ଯୁସୁସି ଆପ୍। ଏହାକୁ ବିକଶିତ କରିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ସାଇବର ଟେକ୍ନୋଲୋଜି କମ୍ପାନୀ। ଏନ୍‌ଏସ୍‌ଓର ପୂରା ନାମ ହେଲା ନିବ, ସଲେବ ଓ ଓମ୍‌ରୀ। କମ୍ପାନୀର ସଂସ୍ଥାପକମାନଙ୍କ ନାଁ ଅନୁସାରେ କମ୍ପାନୀର ନାମକରଣ କରାଯାଇଛି।
ପେଗାସସ୍ ବିଶ୍ୱର ସବୁଠାରୁ ଭୟଙ୍କର ଯାସୁସି ସଫ୍ଟୱେୟାର ମଧ୍ୟରୁ ଗୋଟିଏ। ଏହା ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ ଦୁଇ ଅପରେଟିଂ ସିଷ୍ଟମକୁ ଟାର୍ଗେଟ୍ କରିପାରେ। ୟୁଜରଙ୍କ ବିନା ଅନୁମତିରେ ବି ଏହା ମୋବାଇଲ୍‌ରେ ଇନଷ୍ଟଲ ହୋଇପାରେ। ଆଉ ଥରେ ଇନ୍‌ଷ୍ଟଲ ହେଲା ପରେ ଏହାକୁ ମୋବାଇଲ୍‌ରୁ ହଟାଇବା କାଠିକର ପାଠ। ଏହି ସଫ୍ଟୱେୟାର ଆପଣଙ୍କ ମୋବାଇଲ୍ ପାସ୍‌ୱାର୍ଡ, କଣ୍ଟାକ୍ଟ ଲିଷ୍ଟ, କ୍ୟାମେରା, କ୍ୟାଲେଣ୍ଡର, ମେସେଜ୍ସ, ମାଇକ୍ରୋଫୋନ୍ ଓ ଅନ୍ୟ ମେସେଜିଂ ଆପ୍‌ର କଲିଂ ଫିଚର ଉପରେ ଟିକ୍‌ନିକ୍ ନଜର ରଖିଥାଏ। ୟୁଜରଙ୍କର ଜିପିଏସ୍‌ ଲୋକେସନ୍‌କୁ ବି ଟ୍ରାକ୍‌ କରିପାରେ ପେଗାସସ୍,।
ପେଗାସସ୍ ଦ୍ୱାରା କୌଣସି ଫୋନ୍‌କୁ ହ୍ୟାକ୍ କରିବାକୁ କେତେଗୁଡ଼ିଏ ସୂତ୍ର ରହିଛି। ଲିଙ୍କ ମାଧ୍ୟମରେ ହେଉ କିମ୍ବା ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ମୋବାଇଲ୍‌ରେ ଆପ୍ ଇନଷ୍ଟଲ୍ କରାଇ ହ୍ୟାକରମାନେ ମୋବାଇଲ୍‌ ହ୍ୟାକ୍ କରନ୍ତି। ହ୍ୱାଟ୍ସଆପ୍‌ରେ କଲିଂ ଫିଚର ସାହାଯ୍ୟରେ ପେଗାସସକୁ ଇନ୍‌ଷ୍ଟଲ କରାଯାଇପରେ। ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ୍‌ରେ ଏକ୍‌ ମିସ୍‌କଲ ଦେଇ ମଧ୍ୟ ଏହି ସଫ୍ଟୱେୟାରକୁ ଇନ୍‌ଷ୍ଟଲ କରାଯାଇପାରେ। ତେବେ ପେଗାସସ୍ ନିର୍ମାତା କମ୍ପାନୀ କିନ୍ତୁ ସମସ୍ତ ଅଭିଯୋଗ ଉପରେ ନିଜର ମତ ଦେଇ କହିଛି ଏହା କେବଳ ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ। ଅନ୍ୟପଟେ ପେଗାସସ୍‌କୁ ନେଇ ନାନା ଚର୍ଚ୍ଚା ହେବା ପରେ ସଂସଦରେ ଉତ୍ତର ରଖି ଆଇଟି ମନ୍ତ୍ରୀ କହିଛନ୍ତି, ମୋବାଇଲ୍‌ ଟ୍ୟାପ୍ ଓ ହ୍ୟାକିଂ ଖବରରେ କୌଣସି ଦମ୍‌ ନାହିଁ। ଦେଶକୁ ବଦ୍‌ନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର।

Related Posts

About The Author

Add Comment