ଜେନାପୁର /(ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲାର ଅବହେଳିତ ପଡ଼ାଗ୍ରାମ ‘ନଗଡ଼ା’ ର ସ୍ଥାୟୀ ସମାଧାନ ନିମନ୍ତେ ଅଣ୍ଟା ଭିଡ଼ିଥିବା ମିଶନ୍ ଜ୍ୟୋତି ଟ୍ରଷ୍ଟ ଅନବରତ ନଗଡ଼ା ପାଇଁ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଭାଗ ନେଇଥାଆନ୍ତି, ଏହି ଅନୁଷ୍ଠାନ ପକ୍ଷରୁ ଗତ ତା ୨୯/୧୧/୨୦୨୫ ରିଖ (ଶନିବାର ) ସେଣ୍ଟ୍ରାଲ ରେଡ଼ କ୍ରସ, କଟକ ଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ୰ ହ୍ୟୁମାନ୍ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ବାରବାଟୀ- କଟକର କର୍ପୋରେଟର ଶ୍ରୀ ଚିତ୍ତ ରଞ୍ଜନ ଦାଶ , କଟକ ମର୍କତନଗର ବିଜେପି ମଣ୍ଡଳ ସଭାପତି ଶ୍ରୀ ସନ୍ଦୀପ ବିଶ୍ୱାଳ, ଶ୍ରୀ ଜଗନ୍ନାଥ ମେଗା ଧାରାବାହିକର ମୁଖ୍ୟ ନାୟକ ସମୀର ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ କୁମାର ଦାସ, ‛ରୂପାୟନ’ ଅନୁଷ୍ଠାନର ସଭାପତି ଶ୍ରଦ୍ଧାଞ୍ଜଳୀ ରାଏ, ସମଗ୍ର ଓଡ଼ିଶା ସେବା ଅଭିଯାନର ମୁଖ୍ୟ ସଚେତକ ବିଭୂ ପ୍ରସାଦ ଶତପଥୀ, ସମାଜସେବୀ ଦୀପରାଣୀ ପଟ୍ଟନାୟକ ଯୋଗଦେଇଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ମିଶନ୍ ଜ୍ୟୋତି ଟ୍ରଷ୍ଟର ସଭାପତି ରଶ୍ମିଲତା ବଳ, ସମ୍ପାଦକ ମାନସ ରଞ୍ଜନ ବେହେରା, ରୁନି ପ୍ରଧାନ ଓ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଓଡ଼ିଶାର ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ଓ ଲଳିତ ରାଏ ସମସ୍ତ ରକ୍ତଦାତା ମାନଙ୍କୁ ଆଶୀର୍ବାଦ କରି ବାରମ୍ବାର ରକ୍ତଦାନ କରିବା ପାଇଁ ପ୍ରେରଣା ଦେଇଥିଲେ। ଶେଷରେ ବରିଷ୍ଠ ସମାଜସେବୀ ରାମ ବାବୁ ଧନ୍ୟବାଦ ଦେଇଥିଲେ।
କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ … ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର,
|
November 30, 2025 |



