କଠିନ ପରିଶ୍ରମ କମାଲ: ଚାଷୀରୁ ଆଜି ରାଉରକେଲା ଏସପି

Spread the love

ରାଉରକେଲା,୦୭/୧୨ (ସନ୍ଧାନ ନିୟୁଜ)  : କଠିନ ପରିଶ୍ରମ ବଳରେ ଜଣେ ବ୍ୟକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ମାତ୍ର ଏକ ଗରିବ ପରିବାରରେ ଜନ୍ମ ନେଇଥିବା ମନୁଷ୍ୟ ପାଇଁ ବଡ ପଦ ହାତେଇବା ଏତେଟା ସହଜସାଧ୍ୟ ହୋଇପାରି ନଥାଏ । ମାତ୍ର ତାମିଲନାଡୁର ଏକ ଉପାନ୍ତ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣେ ଶିଶୁ ଅକ୍ଲାନ୍ତ ପରିଶ୍ରମ ବଦଳରେ ପୁଲିସ ପଦରେ ନିଜକୁ ଅଳକୃତ କରିପାରିଛନ୍ତି । ଜଣେ ସାଧାରଣ ଚାଷୀରୁ ହୋଇପାରିଛନ୍ତି ଏସପି । ସେ ଆଉ କେହି ନୁହଁ, ରାଉରକେଲାର ନୂତନ ଏସପି କେ. ଶିବ ସୁବ୍ରମଣି । ତାଙ୍କରି ଜୀବନୀକୁ ଏକ ସ୍ୱତନ୍ତ୍ର ଉପସ୍ଥାପନା..

ସ୍ମାର୍ଟ ସିଟି ରାଉରକେଲାର ନୂଆ ଏସ୍‌ପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନିଯୁକ୍ତି ମିଳିଛି। ୨୦୦୯ ବ୍ୟାଚ୍‌ର ଏହି ଅଫିସର୍‌ଙ୍କୁ ମିଳିଛି ରାଉରକେଲା ଭଳି ସହରର ଗୁରୁ ଦାୟିତ୍ୱ। ସୁବ୍ରମଣିଙ୍କ ଯାତ୍ରା ଆରମ୍ଭ ହୋଇଥିଲା ତାମିଲନାଡ଼ୁ ରାଜ୍ୟର ଏକ ଉପାନ୍ତ ଗାଁରୁ। ଗାଁ ସ୍କୁଲରୁ ଦଶମ ପାସ୍‌ କରିବା ପରେ ସେ ଆଇଟିଆଇ କରି ଚାକିରି କରିବାକୁ ସ୍ଥିର କରିଥିଲେ। ଆଇଟିଆଇରେ ‘ଫିଟର୍‌’ ବିଭାଗରେ ନାମ ଲେଖାଇ ଥିଲେ। ସେଠାରୁ ପାସ୍ କରିବା ପରେ ସେ ମେକାନିକ୍‌ ଭାବେ ଚାକିରି ଆରମ୍ଭ କରିଥିଲେ। ହେଲେ ସେଥିରୁ ତାଙ୍କୁ ଯେଉଁ ପାରିଶ୍ରମିକ ମିଳୁଥିଲା, ସେଥିରେ ଚଳିବା ସମ୍ଭବ ନଥିଲା। ତେଣୁ ସେ ସାମୟିକ ଭାବେ ବସ୍‌ କଣ୍ଡକ୍ଟର ଭାବେ କାମ କରିବା କରିବା ସହ ଗାଁରେ ଚାଷ ବି କଲେ। ହେଲେ ଏ ସବୁ ସଂଘର୍ଷ ମଧ୍ୟରେ ସେ ପାଠପଢ଼ା ଛାଡ଼ି ନଥିଲେ। ତା’ ଭିତରେ ସେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ ଓ ପଢ଼ା ଜାରି ରଖିଥିଲେ। ପରେ ତାଙ୍କୁ ରେଲୱେ ୱାର୍କସପ୍‌ରେ ଟେକ୍ନିସିଆନ୍‌ ଭାବେ ନିଯୁକ୍ତି ମିଳିଥିଲା।
ହେଲେ ଏତିକିରେ ସନ୍ତୁଷ୍ଟ ହୋଇ ସେ ବସି ଯାଇ ନଥିଲେ। ନିଜ ଦକ୍ଷତାର ସଠିକ୍ ଉପଯୋଗ କରିବା ପାଇଁ ସେ ପଢ଼ାପଢ଼ି ଜାରି ରଖିଥିଲେ ଓ ସିଭିଲ୍ ସର୍ଭିସ୍ ପାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଅକ୍ଲାନ୍ତ ପରିଶ୍ରମ କରି ସୁବ୍ରମଣି ଦେଇ ଚାଲିଲେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା। ଥରକୁ ଥର ଅକୃତକାର୍ଯ୍ୟ ହେବା ସତ୍ତ୍ୱେ ସେ ହାର୍ ମାନି ନଥିଲେ ଓ ଷଷ୍ଠ ପ୍ରୟାସରେ କୃତକାର୍ଯ୍ୟ ହୋଇଥିଲେ। ଆଉ ଏହି ସଫଳତା ବଦଳାଇ ଦେଇଥିଲା ତାଙ୍କ ଜୀବନ। ପରିଶ୍ରମର ଫଳ ସ୍ୱରୂପ ସୁବ୍ରମଣି ହେଲେ ଆଇପିଏସ୍‌ ଅଫିସର୍‌। ରାଉରକେଲା ପୂର୍ବରୁ ସୁବ୍ରମଣି ବଲାଙ୍ଗିରରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।

Related Posts

About The Author

Add Comment