କଟ, ୦୪/୦୮/୨୦୨୧ (ସନ୍ଧାନ ନିଉଜ)କ – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ଅଭିଯାନରେ ଆୟତପୁର ଓ ବୋଧପୁର ପଞ୍ଚାୟତର ଆୟତପୁର ସ୍କୁଲ ପରିସର,ପ୍ରଭୁ ନାଗେଶ୍ୱରନାଥ ମନ୍ଦିର ପରିସର ଏବଂ ନାନପୁର ଆଦି ଗ୍ରାମର ରାସ୍ତାପାର୍ଶ୍ଵ,ନିକଟସ୍ଥ ପଡିଆ ବହୁ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଏହି ସେବାକାର୍ଯ୍ୟରେ ସରୋଜ,ଚିକୁଲ,ରୀଙ୍କୁ, ବିଶ୍ୱଜିତ୍,ଚିକୁ ,ବୁବୁ,ଲିଡର,ସଞ୍ଜୟ ସେଠି,ଅକ୍ଷୟ ଦାସ,ସୁଶାନ୍ତ ସେଠି, ଅସିତ ଶୁକ୍ଳ,ତ୍ରିନାଥ ସେଠି,ସୋନୁ ବେହେରା,ସଂଜୀବ ସେଠି,ଲିପୁନ ମହାପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।
କଟକ ସଦର ମାଟି ହେବ ସବୁଜ ଶ୍ୟାମଳ : ଉତ୍କଳ ବିକାଶ ପରିଷଦ
|
August 5, 2021 |