କଟକ ସଦର ମାଟିରେ କରୋନା ମହାମାରୀ ସମୟରେ ବିଶୋଧନ କରି ଅଂଚଳ ବାସୀଙ୍କୁ ସୁରକ୍ଷା ପ୍ରଦାନରେ ଉତ୍କଳ ବିକାଶ ପରିଷଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

Spread the love
କଟକ, ୧୫/୦୬/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସଦର ଉପକଣ୍ଠ କନ୍ଦରପୁର ପଂଚାୟତ ବମ୍ବୁରୀ ଗ୍ରାମ,ସ୍ଥାନୀୟ ବଜାର,ଦଧିବାମନଜୀଉ ବିଦ୍ୟାପୀଠ,ଶିଶୁମନ୍ଦିର,ଦଧିବାମନଜୀଉ ମଠ,ନୂଆ ମଠ, ସରକାରୀ ରେସନ କେନ୍ଦ୍ର,ଜନସେଵା କେନ୍ଦ୍ର,ଅଙ୍ଗନୱାଡି କେନ୍ଦ୍ର,ନେତାଜୀ ୟୁଥ କ୍ଳବ ଏବଂ ବହୁ ଜନ ଗହଳି ପୂର୍ଣ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯାଇଛି  । ଏହି ସେଵାକାର୍ଯ୍ୟରେ ପରିଷଦର କାର୍ଯ୍ୟକର୍ତା ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ନିରଂଜନ ରାଉଳ,କୃଷକ ନେତା ଦେବୀ ପ୍ରସାଦ ପତି,ବିଶ୍ୱଜିତ ନାୟକ,ସନ୍ତୋଷ ଭୋଇ,ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ଓମପ୍ରକାଶ ପରିଡ଼ା,ସିଦ୍ଧାର୍ଥ ଭୋଇ ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ସେବାକାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ,ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ,ସାଧୁଉଦ୍ୟମକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ଆଗାମୀ ଦିନମାନଙ୍କରେ ସେଵା ଜାରୀ ରଖିବାକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment