କଟକ ମୋଟର କର୍ମଚାରୀ ୟୁନିୟନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ 

Spread the love

⊂କଟକ/୧୩/୦୬/ସନ୍ଧାନ ନିଉଜ୍)  ସମଗ୍ର ଦେଶରେ କୋରନା ମହାମାରି ଆତଙ୍କ ସୃଷ୍ଟି କରିଥିବାବେଳେ ଘରୋଇ ଯାତ୍ରୀବାହୀ ମୋଟରଜାନ ଚଳାଚଳ ବନ୍ଦ ହେତୁ ନାହିଁନଥିବା ସମସ୍ୟା ମଧ୍ୟରେ ଥିବା ବସ ଡ୍ରାଇଭର ,କଣ୍ଡକ୍ଟର ଓ ହେଳ୍ପର ମାନଙ୍କୁ ସେବା ଓ ସହଯୋଗର ଉର୍ଣ୍ଣତ ଚିନ୍ତା ଚେତନାର ସହ କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ।ଉକ୍ତ ସେବାକାର୍ଯ୍ୟ ତାଲାବନ୍ଦ ଥିବା ପର୍ଯ୍ୟନ୍ତ ଚାଲୁରହିବ ବୋଲି ସଂଘର ସଭାପତି ଦନାର୍ଦନ ପତି ପ୍ରକାଶ କରିଛନ୍ତି ।ତାଙ୍କର ଏହି ଚିନ୍ତାଧାରା କୁ ଉପସଭାପତି ପ୍ରଦୀପ୍ତ କୁମାର ଖୁଣ୍ଟିଆ ,ଆଇନଜୀବୀ ସରୋଜ କୁମାର ସ୍ୱାଇଁ ,ବଦ୍ରୀ ନାରାୟଣ ଦାସ, ସାଧାରଣ ସମ୍ପାଦକ ଗଗନ ପରିଡା ,ହୀରାଲାଲ ପଣ୍ଡା ,ଚକ୍ରବର୍ତ୍ତୀ ଓତା, ବିଭୁତି ଭୂଷଣ ରାଉତ ତଥା ସଂଘର ସମସ୍ତ ସଦସ୍ୟ ମାନେ ସହ ସମର୍ଥନ ଜଣାଇବା ସହିତ ସମସ୍ତ ପ୍ରକାର ସହାୟତା ପାଇଁ ମତ ପ୍ରକାଶ କରିଛନ୍ତି ।ତେବେ ଦୟନୀୟ ଅବସ୍ଥାରେ ଗତି କରୁଥିବା ବସ ଡ୍ରାଇଭର କଣ୍ଡକ୍ଟର  ଓ ହେଳ୍ପର  ମାନଙ୍କୁ ଓଡ଼ିଶାର ଲୋକପ୍ରିୟ ସରକାର ଯଥାଶୀଘ୍ର ସବୁପ୍ରକାର ସହଯୋଗ ନିମନ୍ତେ କଟକ ମୋଟର କର୍ମଚାରୀ ୟୁନିଅନ ପକ୍ଷରୁ ନିବେଦନ କରାଯାଇଛି ।

Related Posts

About The Author

Add Comment