କଟକ, ୮ା୧୨ (ସନ୍ଧାନ ନିୟୁଜ/ମାନସ ରାଉତ) କଟକ ଆରଟିଓରେ କମିବାର ନାଁ ଧରୁନି ଦଲାଲି ରାଜ । ଗୁପ୍ତ ଏବଂ କୋଡୱାର୍ଡରେ ଚାଲିଛି ଫୁଲ ଦମରେ ଦଲାଲି । ଖୋଦ ଆରଟିଓ ଏବଂ ଏମଭିଆଇ ଏଥିରେ ସାମିଲ ହୋଇଛନ୍ତି । ଏହାର ସନ୍ଧାନ କରିଛି ଆମ ସନ୍ଧାନ ନିୟୁଜର ଗୁପ୍ତ ପ୍ରତିନିଧି । ଅନ୍ୟ ଜଣଙ୍କ ଗାଡିର ଫିଟନେସ ଏବଂ ପରିମିଟ୍ କରିବା ନେଇ ୧୦୦୦ଟଙ୍କା ଲାଂଚ ନେଇଛନ୍ତି ଏମଭିଆଇ ମହାଶୟ ତାହା ପୁଣି ଦଲାଲି କୋଡ ‘ଏମ’ ଦ୍ୱାରା । ଗୋଟେ ପଟେ ରାଜ୍ୟ ସରକାର ୫ଟି କରି ନିଜକୁ ସ୍ୱଚ୍ଛ ଏବଂ ନିର୍ମଳ ଶାସନ ଦେଇଥିବା କହି ଡିଣ୍ଡିମ ପିଟୁଥିବା ବେଳେ ଏଥିରୁ ନିବୃତ ହୋଇନାହାନ୍ତି ଏହି ଆରଟିଓର କର୍ମଚାରୀ ଏମଭିଆଇ ଏବଂ ଅନ୍ୟକର୍ମଚାରୀ ମାନେ । ଗୁପ୍ତ ଖବର ମୁତାବକ ଗାଡିର ଫିଟନେସ ଏବଂ ପରିମିଟ କରିବା ନେଇ ୪ଥର ଆରଟିଓ ଅଫିସକୁ ଯାଇ ସମ୍ପକ୍ତ ଅଧିକାରୀ ମାନଙ୍କୁ ପାଇନଥିଲେ । ଏପରକି ବହୁ ଲୋକ ଲାଇନ ଲଗାଇ ଥିଲେ ମଧ୍ୟ ସେମାନଙ୍କ କାମ କରୁନଥିଲେ । ଶେଷଥର ଏମଭିଆଇଙ୍କ ସହିତ ଭେଟ ହେବା ପରେ ବିଭିନ୍ନ ଆଳ ଦେଖାଇ ପେରାଇଦିଆଗଲା । ପରେ ସମ୍ପକ୍ତ ଦଲାଲକୁ ଯୋଗାଯୋଗ କରିବାକୁ ଏମଭିଆଇ ପରାମର୍ଶ ଦେବା ସହ ଦଲାଲ ଜଣଙ୍କ ୧୦୦୦ଟଙ୍କା ନେଇ କେବଳ ଫର୍ମ ଉପରେ ଏମ ଲେଖିବା ପରେ ଏମଭିଆଇ ଜଣଙ୍କ ବିନା ଆଉ କିଛି କାରଣ ନଦେଖାଇ କରିଦେଇଥିଲେ । ରାଜ୍ୟ ସରକାର ନିଜ ବରିଷ୍ଠ ଏଭଳି ଲାଂଚୁଆ କର୍ମଚାରୀଙ୍କୁ ବହିଷ୍କାର ନକରି ଏହା ମାଧ୍ୟମରେ ରାଜସ୍ୱ ଆଦାୟ କରିବାକୁ ନେଇ ଅସନ୍ତୋଷ ଦାନାବାନ୍ଧିବାରେ ଲାଗିଛି । ତୁରନ୍ତ ଏମଭିଆଇ ଏବଂ ଆରଟିଓଙ୍କ ବହିଷ୍କାର କରିବାକୁ ସାଧରଣରେ ଦାବି ହେଉଛି ।
କଟକ ଆରଟିଓରେ ଦଲାଲି କମିନି, କୋଡୱାଡରେ ଚାଲିଛି ଏମଭିଆଇ ଏବଂ ଆରଟିଓଙ୍କ ପକେଟ ଗରମ
|
December 8, 2019 |
