କଟକରେ ୫-ଟି ସଚିବ

Spread the love

କଟକ, ୨୨/୦୧/୨୦ (ସନ୍ଧାନ ନିଉଜ) : କଟକରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ । ହାଡ଼ିଆପଠା ଓ ସିସୋର ପଠା ବୁଲି ଦେଖିଲେ । ନୂତନ କଟକର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିଛନ୍ତି ୫-ଟି ସଚିବ । ଏହା ସହ ବଡ଼ ମେଡିକାଲରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

୫-ଟି ସଚିବ ବିଭିନ୍ନ ସ୍ଥାନ ବୁଲି ଦେଖିବା ସମୟରେ ପୂର୍ତ୍ତ ସଚିବ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବର୍ତ୍ତିତ ଏସ୍‌ସିବି କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Related Posts

About The Author

Add Comment