କଟକରେ ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ୨ ବ୍ୟବସାୟୀଙ୍କ ସହ ୩ ଅଟକ

Spread the love
କଟକ, ୨୭/୧୨/୨୦୨୧ (ସନ୍ଧାନ ନିଉଜ) କଟକରେ ଗୁଡି ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା । କଟକ ଜଗତପୁର ଥାନା ପକ୍ଷରୁ ମାଞ୍ଜା ସୂତା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ଏହି ଘଟଣାରେ ଦୁଇ ମାଞ୍ଜା ସୂତା ବ୍ୟବସାୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖାଯାଇଛି ।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି । ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କଟକ ଅଞ୍ଚଳରେ ସ୍ୱତନ୍ତ୍ର ଡ୍ରାଇଭ ତାଲିଛି ।

ସୂଚନା ଅନୁସାରେ, ଗତ ରବିବାର ଦିନ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ହେଲେ ଜୟନ୍ତ ସାମଲ । ତାଙ୍କ ଘର ସ୍ଥାନୀୟ ଭୟରପୁରଠାରେ । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ ।

ପୀରବଜାରଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା ।

Related Posts

About The Author

Add Comment