କଟକ, (ସନ୍ଧାନ ନିଉଜ) କଟକରେ ଚାଲିଥିଲା ହାଇପ୍ରୋଫାଇଲ୍ ବନ୍ଧୁକ ଡିଲ୍ । ଶଙ୍କରପୁର ଅଞ୍ଚଳରେ ଏହି ବନ୍ଧୁକ ଡିଲ୍ ଚାଲିଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛନ୍ତି ୪ଜଣ । ଏହି ମାମଲାରେ ଜଣେ ଓଡ଼ିଆ ଆଲବମ୍ ନିର୍ଦ୍ଦେଶକ ମଧ୍ୟ ରହିଥିବା ସୂଚନା ମିଳିଛି । ତେବେ ଏହି ଆଲବମ୍ ନିର୍ଦ୍ଦେଶକଙ୍କ ନାମ ଜିତୁ ରାଉତ୍ ବୋଲି ଜଣାପଡିଛି । ସେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରବାରରେ ଯଡିତ ଥିବା ଅଭିଯୋଗ ହୋଇଛି । ଏହାସହିତ ବନ୍ଧୁକ ଡିଲରେ ଲିପ୍ତ ଥିବା ବାକି ୩ ଅଭିଯୁକ୍ତଙ୍କ କ୍ରାଇମ ନେଟୱାର୍କ ଉପରେ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଚଢାଉ ବେଳେ ୩ଟି ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ୍ କରାଯାଇଥିବା କଟକ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରି ପୋଲିସ୍ ଏହି ର୍ୟାକେଟ୍ ର ମୂଳ ପର୍ଯ୍ୟନ୍ତ ଯିବାକୁ ପ୍ରୟାସ ଆରମ୍ଭ କରିଛି । ଅଭିଯୋଗ ଅନୂଯାଇ କଟକରେ ଏହି ଭଳି ଭାବରେ ବିଭିନ୍ନ ସ୍ଥାନରେ ପ୍ରତି ସମୟରେ ବନ୍ଧୁକ ଡିଲ୍ ଚାଲିଆସୁଛି । ଯାହା ଏବେ କମିଶନରେଟ୍ ପୋଲିସ୍ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କଟକରେ ଚାଲିଥିଲା ହାଇପ୍ରୋଫାଇଲ ବନ୍ଧୁକ ଡିଲ୍, ଆଲବମ୍ ନିର୍ଦ୍ଦେଶକ ଗିରଫ
|
October 6, 2021 |