ଭୁବନେଶ୍ୱର ୨୪/୩ (ସନ୍ଧାନ ନିୟୁଜ) ପୂର୍ବତନ ପୁଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ସେ ଦିନେ-ଦୁଇଦିନ ମଧ୍ୟରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାର ସମ୍ଭାବନା ରହିଛି। ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ। ସେଥିପାଇଁ କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଆଜି ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି। ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟକୁ ପକ୍କା କରାଯାଇଥିବା ଜଣାପଡ଼ିଛି।
Report- Manas Rout