ବାରିପଦା, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଶେଷ ହେବାର ନାଁ ଧରୁନି ତୁଳସୀ ଚଉରା ଷ୍ଟେସନବଜାର ରାସ୍ତାର ସରାଳୀ ସେତୁ କାମ । ବିଜୁ ସେତୁ ଯୋଜନାରେ ତାଙ୍କରାରିପଦା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଜାର ଧୀନରେ ଏହି ପୋଲର କାର୍ଯ୍ୟ ଚାଲିଛି । କେବେ କାମ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ସେତୁ କାମରେ ବିଳମ୍ବକୁଶାକସଭାଇ ମୟୂରଭଞ୍ଜ ଜିଲ୍ଲାର ଏକ ସଂଗଠନ ଯୁବା । ସମାଜର ଏକ ପ୍ରତିନିଧୁ ଦଳ ବାରିପଦା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଏଭି ହରିହର ରାଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପୋଲର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଅନୁରୋଧ କରିଛନ୍ତି ପ୍ରତିନି ଦଳ । ସୂଚନା ଅନୁସାରେ ବାଘଡ଼ାରୋଡ଼ ରୁ ଷ୍ଟେସନବଜାରକୁ ସଂଯୋଗ କରୁ ଥିବା ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଯାତାୟାତ କରିଥାଏ । ମାତ୍ର ଏହି ପୋଲ ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ସହରବାସିନ୍ଦା ଭୟଙ୍କର ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ଆଇନଜୀବୀ ଜ୍ୟୋତି ପ୍ରକାଶ ରଥିଙ୍କ ନେତୃତ୍ବ ରେ ଯୁବ ସମାଜ ସଂଗଠନର କର୍ମକର୍ତ୍ତାମାନେ ବାରିପଦା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଓଙ୍କୁ ଭେଟି ବିଳମ୍ବିତ ସେତୁ ନିର୍ମାଣ କାମ ସମ୍ପର୍କରେ ଆଲୋଚନା କରିଥିଲେ । ସେତୁ କାମ ତୁରନ୍ତ ସାରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିନିଧି ଦଳ ଦାବି କରିଥିଲେ। ୨୦୧୯ ମସିହା ମାର୍ଚ୍ଚ ମାସ ୮ ତାରିଖରୁ ଏହି ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୦ ମସିହା ମାର୍ଚ୍ଚ ମାସ ୭ ତାରିଖରେ ସରିବା କଥା। ମାତ୍ର ଏବେ ମଧ୍ୟ ଏହି ପୋଲର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଫଳରେ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହେଉଛି । ତେବେ ଏ ସମ୍ପର୍କରେ ବାରିପଦା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରବାସୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବାଘଡା ରୋଡଠାରୁ ତୁଲସୀ ଚଉରା ଦେଇ ଷ୍ଟେସନ ବଜାରକୁ ଯାଉଥିବା ରାସ୍ତାରେ ସରାଳୀ ନଦୀ ଉପରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ପୋଲର ସ୍ବାବ୍ ପଡ଼ି ସାରିଛି । ସାଇଜ୍ ୱାଲ୍ କାମ ଚାଲିଛି । ସେପଟେ ପୋଲର ଆପ୍ରୋଚ ରୋଡ ଏବଂ ଟ୍ରେନ୍ ସ କାମ ମଧ୍ୟ ଜାରି ରହିଛି । ନିର୍ମାଣ କାର୍ଯ୍ୟର ରେ 2 ପାଖାପାଖି ୯୦ ଶତକଡ଼ା କାମ ସରିଛି । ଆଉ ଦୁଇମାସ ଭିତରେ ପୋଲର ସବୁକାମ ସରିଯିବ । ତେବେ ବିଳମ୍ବର କାରଣ ବାବଦରେ କହିଛନ୍ତି, ପୋଲ କାମରେ ଆଦୌ ବିଳମ୍ବ ହୋଇ ନାହିଁ ।୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ୩ ମାସ ଧରି କାମ ଆରମ୍ଭ ହୋଇ ପାରି ନ ଥିଲା । ସେପଟେ ୨୦୧୯ ମସିହା ନଭେମ୍ବର ୧ରୁ ନଭେମ୍ବର ୨୭ ଯାଏଁ କଣ୍ଟ୍ରାକ୍ତର ସଂଘର ଧର୍ମଘଟ ଥିଲା। ପୁଣି କରୋନା ପାଇଁ ଲଡାଉନ୍ ଯୋଗୁଁ କାମ ବନ୍ଦଥିବା ବେଳେ ପୁଣି ଏହି ପୋଲର ଡିଜାଇନ୍ ନୂଆ ହେବାରୁ ସାମାନ୍ୟ ବିଳମ୍ବ ହୋଇଥିଲେ ସୁଦ୍ଧା କାମ ଜାରି ରହିଛି । ନଭେମ୍ବର ସୁଦ୍ଧା ଏହି ପୋଲର ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ।
କଚ୍ଛପ ଗତିରେ ଚାଲିଛି ସରାଳୀ ସେତୁ କାମ
|
September 12, 2020 |