କଙ୍ଗାରୁ କୋର୍ଟ; ଘରୁ ପଳାଇବାରୁ ପ୍ରେମିକ ଓ ପ୍ରେମିକାକୁ  ମାଡ

Spread the love

ରାଉରକେଲା, ୦୩/୧୨ (ସନ୍ଧାନ ନିୟୁଜ): ସ୍ବାମୀ ପସନ୍ଦ ନ ହେବାରୁ ସ୍ତ୍ରୀ ତା’ର ପୂର୍ବ ପ୍ରେମିକ ସହ ପଳାଇବାକୁ ବାହାରିଥିବା ବେଳେ ଧରାପଡିଗଲା। .ବସଷ୍ଟାଣ୍ଡରୁ ପୂର୍ବ ପ୍ରେମିକ ଓ ଯୁବତୀଙ୍କୁ ଉଦ୍ଧାର କରିବା ପରେ ହାତଗୋଡ ବାନ୍ଧି ନିସ୍ତୁକ ମାଡ। ଏମିତି କଙ୍ଗାରୁ କୋର୍ଟର ଦୃଶ୍ୟ ଦେଖିବାକୁ ମିଳିଛି ବିଶ୍ରା ଅଞ୍ଚଳର ଚିରବେଡାରେ।  ଦୁହିଁଙ୍କୁ ନିର୍ଦ୍ଧୁମ ମାଡ ମାରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାହାଘରରେ ଖର୍ଚ୍ଚ ହୋଇ ଥିବା ଦେଢ଼ ଲକ୍ଷ ଟଙ୍କା ଦାବି କରି 50 ହଜାର ବଦଳରେ ପ୍ରେମିକ ସହ ସ୍ତ୍ରୀକୁ ବିଦା କରିଛି ସ୍ବାମୀ। ଆହୁରି ଏକ ଲକ୍ଷ ଟଙ୍କା ଦେବାକୁ ପ୍ରେମିକଙ୍କ ପରିବାର ସକ୍ଷମ ନଥିବାରୁ ଉଭୟ ପ୍ରେମିକ ପ୍ରେମିକାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏବେ ଜୀବନ ପ୍ରତି ବିପଦ ଥିବା ନେଇ ପ୍ରେମିକ ସହ ରାଉରକେଲା ଏସପି ଅଫିସରେ ଫେରାଦ ହୋଇଛନ୍ତି ପୀଡିତା।

Related Posts

About The Author

Add Comment