କଂଟ୍ରୋଲ ଦୋକାନରେ ରହୁନି ସାମାଜିକ ଦୂରତା!

Spread the love

ରାଉରକେଲା, ୨୫/୦୭/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସମେତ ଲାଠିକଟା ବ୍ଲକର କିଛି କଂଟ୍ରୋଲ ଦୋକାନ ସମ୍ମୁଖରେ ପ୍ରତିଦିନ ଦେଖିବାକୁ ମିଳୁଛି ଜନ ସାଧାରଣଙ୍କ ଗହଳି । ଅତ୍ୟାବଶ୍ୟକ ସାମଗ୍ରୀ ନେବା ଲାଗି ଲୋକେ ସାମାଜିକ ଦୂରତା ଭୁଲି ଯାଉଥିବା ଯୋଗୁ ଏହା କରୋନା ସଂକ୍ରମଣ ପାଇଁ ଏକ ପ୍ରକାର ବାଟ ଫିଟାଉଛି କହିଲେ ବୋଧେ ଭୁଲ ହେବ ନାହିଁ! ଗତକାଲି ଏକ କଂଟ୍ରୋଲ ଦୋକାନରେ ଅହେତୁକ ଗହଳି ହେବା ଯୋଗୁ  ଅଧାରୁ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ ବନ୍ଦ କରି ଦିଆଯାଇଥିଲା । ଗୋଟିଏ ପଟେ କରୋନା ମୁକାବିଲା ନିମନ୍ତେ ସରକାର ଲକଡାଉନ ଠାରୁ ଆରମ୍ଭ କରି ଅନ୍ୟାନ କସରତ ଜାରି ରଖିବା ସହିତ କଡ଼ାକଡ଼ି ଆଇନ କରିଥିବା ସତ୍ୱେ ଦକ୍ଷିଣ ରାଉରକେଲାରେ କୋଭିଡ଼ ନିୟମ ବାଟବଣା ହୋଇପଡ଼ିଛି । କଂଟ୍ରୋଲ ଦୋକାନ ଗୁଡ଼ିକରେ ପଡ଼ିକାର୍ଡଧାରୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ, ଦୋକାନୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜିବୀ ମହଲରେ ତ୍ରିୀବ ପ୍ରତିକ୍ରିୟା ସୃଷ୍ଟି କରିଛି । ଏଣୁ ଏହି ଲକ ଡାଉନ ସମୟରେ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରରରେ ଦାବି ହୋଇଛି ।

Related Posts

About The Author

Add Comment