ନୂଆଦିଲ୍ଲୀ, ୨୩/୪ (ସନ୍ଧାନ ନିୟୁଜ) : କଂଗ୍ରେସ ପାଇଁ ପ୍ରଚାର କରି ଅଡ଼ୁଆରେ ପହିଲମାନ ନରସିଂହ ଯାଦବ । ଅପ୍ରେଲ ୨୧ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଅଲମ୍ପିଆନ୍ ନରସିଂହ ଯାଦବଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ନରସିଂହ ଏବେ ମହାରାଷ୍ଟ୍ର ପୁଲିସରେ ଆସିଷ୍ଟାଣ୍ଟ କମିସନର ପଦରେ ନିଯୁକ୍ତ ଥିବା ବେଳେ ପୂର୍ବରୁ ସେ ଅଲମ୍ପିକ୍ରେ ଭାରତକୁ ପ୍ରତିନିଧିତ୍ୱ କରି ସାରିଛନ୍ତି ।
ସୂଚନା ମୁତାବକ, ଅପ୍ରେଲ ୨୨ରେ ଅମ୍ବୋଲି ପୁଲିସ ନରସିଂହଙ୍କ ବିରୋଧରେ ଏତଲା ରୁଜୁ କରିଥିଲା । ରବିବାର ନରସିଂହ କଂଗ୍ରେସ ନେତା ତଥା ମୁମ୍ବାଇର ଉତ୍ତର-ପଶ୍ଚିମରୁ ଦଳୀୟ ପ୍ରାର୍ଥୀ ଥିବା ସଞ୍ଜୟ ନିରୁପମଙ୍କ ସହ ମିଶି ପ୍ରଚାର କରିଥିବାର ଦେଖା ଯାଇଥିଲା, ଯାହା ପରେ ପରେ ଏ ନେଇ ପୁଲିସ ସୋମବାର ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା ।