କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ରେଳରୋକ୍ ଓ ପ୍ରତିବାଦ ସଭା

Spread the love

ଚାନ୍ଦବାଲି,୧୫/୧୧ (ସନ୍ଧାନ ନିୟୁଜ) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଁସଡା ମନ୍ତେଇ ସେତୁ ଧିମା ଗତିରେ ଚାଲିଛି l ଏହି କାମ 2014 ନଭେମ୍ବର ମାସ ଆରମ୍ଭ ହୋଇଥିଲା l 2018ରେ ଏହାର ଅବଧି ସରି ଯାଇଥିବା ବେଳେ ଏପର୍ଯ୍ୟନ୍ତ ସରି ନଥିବା ବେଳେ କମ୍ପାନି କାମଛାଡ଼ି ବାଁସଡା ରୁ ପଳେଇ ଯାଇଛନ୍ତି l ଏହି ପୋଲର ପୂର୍ଣାଙ୍ଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେଣୁ ଏହାର ପ୍ରତିବାଦରେ ଆଜି ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବାଁସଡା ଫେରି ଘାଟ ଓ ଧାମରା-ଭଦ୍ରକ ରେଳପଥ ଅବରୋଧ କରାଯିବା ସହ ଏକ ପ୍ରତିବାଦ ସଭା ସକାଳ 8 ଆରମ୍ଭ ହୋଇଛି l ସଭାସ୍ଥଳରେ ସରକାରୀ କଳକୁ ସମାଲୋଚନା କରାଯିବା ସହ ଗୃହ ଓ ପୂର୍ତ୍ତ ବିଭାଗକୁ ଏହି କାମକୁ ତୁରନ୍ତ ସରିବା କୁ ଲିଖିତ ଅଭିଯୋଗ କରାଯାଇଛି l ତୁରନ୍ତ ପୋଲ କାମ କରlନଗଲେ ଆଗକୁ ଆନ୍ଦୋଳନ ଜୋର୍ ଧରିବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି l

Report- R Nayak

Related Posts

About The Author

Add Comment