କଂଗ୍ରେସ ତରଫରୁ ବନ୍ଦ ଡାକରା ସଫଳ

Spread the love

ସୁନ୍ଦରଗଡ ତା:୧୨/୧୧/୨୧(ସନ୍ଧାନନିଉଜ/ରାଜୁପଟେଲ ) ଆଜି କଂଗ୍ରେସ ତରଫରୁ ମମିତା ହତ୍ୟା କାଣ୍ଡକୁ ନେଇ ଦେଶବ୍ୟାପୀ ବନ୍ଦ ଡାକରା ଦେଇଥିଲା ।ଏହି ପରିପେକ୍ଷିରେ ସବଡେଗା ବ୍ଲକରେ ବ୍ଲକ ସଭାପତି ଶୁଭେନ୍ଦୁ ନାଏକଙ୍କ ତତ୍ୱାବଧାନରେ ଏହି ବନ୍ଦ ଡାକରା ଶାନ୍ତିପୂର୍ଣ
ଭାବରେ ଶେଷ ହୋଇଯାଇଛି । ଏହି କର୍ମରେ ଆସନ୍ତା କାଲି ସନ୍ଧ୍ୟାରେ କଂଗ୍ରେସ କର୍ମୀମାନେ ଅଂଚଳର ସମସ୍ତ ଜନସାଧାରଣଙ୍କୁ ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କରିଥିଲେ । ଏହି କ୍ରମରେ ଆଜି ସକାଳ ଛଅ ଟା ରୁ ଦିନ ବାରଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସହିତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦ ଡ଼ାକରାରେ କଂଗ୍ରେସ ଦଳର କିଶୋର ଚନ୍ଦ୍ର ବାରିକ, ସୁଶାନ୍ତ ବେହେରା, ବିଶ୍ୱଜିତ ପଟେଲ,
ସୁଶୀଲ ଶତପଥୀ,ହେରମନ ବାର୍ଳା,ସରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment