କଂଗ୍ରେସ କ୍ଷମତାକୁ ଆସିଲେ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କୁ ମଧ୍ୟ ‘ସହିଦ୍‌’ ମାନ୍ୟତା ପ୍ରଦାନ କରିବ: ରାହୁଲ

Spread the love

ନୂଆଦିଲ୍ଲୀ, ୨୩/୨(ସନ୍ଧାନ ନିଉଜ) : ସରକାରଙ୍କ ପକ୍ଷରୁ ‘ସହିଦ୍‌’ ମାନ୍ୟତା ପ୍ରଦାନକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ହୋଇଛି। କେବଳ ମାତ୍ର ସାମରିକ ବାହିନୀରେ କାର୍ଯ୍ୟରତ ଯବାନ କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର୍ଯ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି, ତେବେ ତାଙ୍କୁ କେବଳ ‘ଶହୀଦ୍‌’ର ମାନ୍ୟତା ମିଳିବ ଏବଂ ‘ସହିଦ୍‌’ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ପ୍ରକାରର ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଅର୍ଦ୍ଧ ସାମରିକ ବାହିନୀର ଯବାନ ଯଦି କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର୍ଯ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି ତେବେ ତାଙ୍କୁ ସରକାର ରାଷ୍ଟ୍ରୀୟ ସମ୍ମାନ ସହ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବେ ସିନା କିନ୍ତୁ ‘ସହିଦ୍‌’ ମାନ୍ୟତା ଦେଇ ପାରିବେ ନାହିଁ କିମ୍ବା ‘‘ସହିଦ୍‌’ମାନଙ୍କ ପାଇଁ ଉଦିଷ୍ଟ ଥିବା ସରକାରୀ ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ। ଏହି ଯୁକ୍ତି ଦର୍ଶାଇ ଗତ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମା ଠାରେ ଆତଙ୍କବାଦୀ ହାମ୍‌ଲାରେ ପ୍ରାଣ ହରାଇଥିବା ଅର୍ଦ୍ଧ ସାମରିକ ବଳ ସିଆରପିଏଫ୍‌ର ୪୦ ଜଣ ଯବାନମାନଙ୍କୁ ‘ସହିଦ୍‌’ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ଏହି ଘଟଣା ପରେ ଏବେ ଅର୍ଦ୍ଧ ସାମରିକ ବାହିନୀ ରୂପେ ବିବେଚିତ ହେଉଥିବା ସିଆରପିଏଫ୍‌, ବିଏସ୍‌ଏଫ୍‌, ଆସାମ ରାଇଫଲ ପରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଛନ୍ତି ଯେ ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ସେ ସାମରିକ ବାହିନୀର ଯବାନମାନଙ୍କ ପରି ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ ମଧ୍ୟ ‘ସହିଦ୍‌’ ମାନ୍ୟତା ପ୍ରଦାନ କରିବେ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ଘୋଷଣା କରିଛନ୍ତି ରାହୁଲ୍‌।

Related Posts

About The Author

Add Comment