‘କଂଗ୍ରେସର ଏକମାତ୍ର ଲକ୍ଷ୍ୟ ବିଜେପି କ୍ଷମତାକୁ ନଆସୁ

Spread the love

ନୂଆଦିଲ୍ଲୀ, ୧୬/୫ (ସନ୍ଧାନ ନିୟୁଜ): ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆହୁରି ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ କେନ୍ଦ୍ରରେ କିଏ ଗଢ଼ିବ? ଆଉ କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ତାକୁ ନେଇ ରାଜନୈତିକ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଗୁଲାମନବୀ ଆଜାଦ୍‌ ଏକ ସାକ୍ଷାତକାରରେ ଦେଇଥିବା ଏକ ବକ୍ତବ୍ୟକୁ କେନ୍ଦ୍ର କରି ରାଜନୈତିକ ମହଲରେ ଜୋରସୋରରେ ଚର୍ଚ୍ଚା ଆଲୋଚନା ଚାଲିଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ଯେପରି କେନ୍ଦ୍ରରେ ସରକାର ଗଠନ ନକରୁ ଓ ନରେନ୍ଦ୍ର ମୋଦି ଯେପରି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ନହୁଅନ୍ତୁ। ଏହି ଲକ୍ଷ୍ୟ ହାସଲ ପାଇଁ ଯଦି କଂଗ୍ରେସ ସବୁ ପ୍ରକାରର ପ୍ରୟାସ କରିବ। ଏଥିରେ ଯଦି କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦ ନମିଳେ ତେବେ ସୁଦ୍ଧା କଂଗ୍ରେସ ଏଥିପାଇଁ ପଶ୍ଚାତାପ କରିବ ନାହିଁ କିମ୍ବା ନିଜ ଲକ୍ଷ୍ୟ ଓ ପ୍ରୟାସରୁ ଓହରିଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ।

Related Posts

About The Author

Add Comment