କଂଗ୍ରେସକୁ ଯନ୍ତ୍ରଣା ଦେଇଥିଲା ବିମୁଦ୍ରୀକରଣ: ମୋଦୀ

Spread the love

ଭୋପାଳ,୨୮/୪(ସନ୍ଧାନ ନିୟୁଜ) : ବିମୁଦ୍ରୀକରଣ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ବିରୋଧୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ବିମୁଦ୍ରୀକରଣ କଂଗ୍ରେସ ଦଳକୁ ଯନ୍ତ୍ରଣା ଦେଇଛି। ଦେଶରେ ୩ ଲକ୍ଷ କମ୍ପାନିକୁ ବନ୍ଦ କରି ଦିଆଯିବା ଫଳରେ କଂଗ୍ରେସକୁ ଯନ୍ତ୍ରଣା ହୋଇଥିଲା ବୋଲି ମୋଦୀ କହିଛନ୍ତି। ବିମୁଦ୍ରୀକରଣ ଦ୍ବାରା କଂଗ୍ରେସ ଦଳ ସହିତ ଜଡ଼ିତ ପ୍ରଭାବଶାଳୀ ରିଅଲ ଇଷ୍ଟେଟ ବ୍ୟବସାୟୀ ଗଭୀରଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଏଥିଯୋଗୁ କଂଗ୍ରେସ ଦଳ ତାଙ୍କୁ ଟାର୍ଗେଟ କରିଥିଲା ବୋଲି ମଧ୍ୟ ପ୍ରଦେଶର ଜବଲପୁରଠରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବାବେଳେ ସେ ଏହା କହିଛନ୍ତି। ବିମୁଦ୍ରୀକରଣ ଯୋଗୁ ଦେଶରେ ଘର ମୂଲ୍ୟ ହ୍ରାସ ଘଟିଛି। କିନ୍ତୁ କଂଗ୍ରେସ ସହ ଜଡ଼ିତ ବ୍ୟକ୍ତି ଯେଉଁମାନେ ଏ କ୍ଷେତ୍ରରେ ନିବେଶ କରିଥିଲେ ସେମାନେ କ୍ଷତି ସହିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Posts

About The Author

Add Comment