ଓ ବି ସି ମାନ୍ୟତା ଦାବିରେ ସମ୍ମିଳନୀ

Spread the love

ଯାଜପୁର ୭/୧୨/୨୫ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାର ଖଣ୍ଡାୟତ, କ୍ଷେତ୍ରୀୟ, ଚଷା ଓ ପାଇକ ମହାସଙ୍ଘ ର ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ରସୁଲପୁର ବ୍ଲକ ଅଧିନସ୍ଥ ବାରବାଟୀ ର ଦୁର୍ଗା ମନ୍ଦିର ପରିସରରେ ଆଜି ପୂର୍ବାହ୍ନ ରେ ଜିଲ୍ଲା ଆବାହକ ଦେବବ୍ରତ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ଉଦଘାଟନ ଭାବେ ଡକ୍ଟର ନବଘନ ପରିଡା ଯୋଗ ଦେଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ ତ୍ରିଲୋଚନ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ସମର କେତନ ଲେଙ୍କା, ସମ୍ମାନୀୟ ଅତିଥି ଭାବେ ସୁଦର୍ଶନ ଛୋଟ ରାୟ, ବିନୟ ଭୂଷଣ ଜେନା, ବସନ୍ତ କୁମାର ପରିଡା, ପାଇଁ ପ୍ରଦୀପ କୁମାର ଧଳ, ଆଇନଜୀବୀ ଅନିଲ କୁମାର ଦଳାଇ ଓ ନରେଶ କୁମାର ଜେନା ଓ ବକ୍ତା ଭାବେ ସୁଧୀର କୁମାର ନାୟକ, ଦିଲୀପ କୁମାର ରାଉତ, ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗ ଦେଇ ଖଣ୍ଡାୟତ ସମାଜ କୁ ଓ ବି ସି ମାନ୍ୟତା ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ କରିବା କୁ ଆହ୍ୱାନ ଦେଇଥିଲେ । ଏହି ସଭା ପ୍ରାରମ୍ଭ ରେ ସୌଭାଗ୍ୟ ରାଉତ ସୂଚନା ପ୍ରଦାନ କରିଥିବା ବେଳେ ଧିରେନ ନାୟକ ଅତିଥି ପରିଚୟ ଦେଇଥିଲେ, ମାନସ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ ଓ ଦେବାସିସ ନାୟକ ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଯୁବ ସଂଗଠକ ରାଜେନ୍ଦ୍ର ବରାଳ, ନିର୍ମଳ ଜେନା, ମୃତୁଞ୍ଜୟ ଦେଓ, ଅନନ୍ତ କିଶୋର ସ୍ୱାଇଁ, ରମେଶ ଚନ୍ଦ୍ର ଧଳ, ତାପସ ରାୟ ପାଣ୍ଡବ ଧଳ, ଦିଲୀପ ରାଉତ, ସନାତନ ନାୟକ,ବିଜୟ କୁମାର ନାୟକ ନବଘନ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ନକୁଳ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ମଲ୍ଲ, ଦିଲ୍ଲୀପ ସାମଲ, ଦିପ୍ତିମୟ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment