ଭୁବନେଶ୍ବର ୨୫/୯(ସନ୍ଧାନ ନ୍ୟୁଜ୍ ): ବୁଧବାର ବରିଷ୍ଠ ଓଏଏସ୍ ସ୍ତରରେ ଏକ ଅଦଳ ବଦଳ ହୋଇଛି । ବିଜ୍ଞପ୍ତି ଅନୁସାରେ ଏଏଏସ୍ ଅଫିସର ବିରସେନ୍ ପ୍ରଧାନଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହି ପରି ସୁବାଶିଷ ମାନସିଂଙ୍କୁ କଟକ ସର୍ଭେ ଆଣ୍ଡ ମ୍ୟାପ ପବ୍ଲିକେସନ୍ର ଯୁଗ୍ଧ ନିର୍ଦ୍ଦେଶକ, ବିବେକାନନ୍ଦ ସାହୁଙ୍କୁ କଟକ ଆରଡିସିର ଅତିରିକ୍ତ ସଚିବ, ରୁଦ୍ରନାରାୟଣ ମହାନ୍ତିଙ୍କୁ ମୟୁରଭଞ୍ଜ ଲକ୍ଷ୍ମୀପୋଷୀ ପ୍ରକଳ୍ପ ନିର୍ଦ୍ଦେଶକ(ଆର୍ । ଆଣ୍ଡ ଆର) ଏବଂ ସଙ୍ଗୀତ ବେହେରାଙ୍କୁ କଟକ ଏମ୍ ସି ଆଇଆଇପି କୁ। ବଦଳି କରାଯାଇଛି ।