ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ଗଠିତ, ୧୬ରେ ପ୍ରଥମ ବୈଠକ

Spread the love

ଭୁବନେଶ୍ୱର, ୧୪/୦୭ (ସନ୍ଧାନ ନିୟୁଜ) :  ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓଡ଼ିଶା ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଓଡ଼ିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଆବାହକ ଭାବେ ରହିଛନ୍ତି। ସେହିପରି ଏହି କମିଟିରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ସୁଶିଳା ତିରିଆ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ସର୍ବଶ୍ରୀ ଜି ରୁଦ୍ର ରାଜୁ, ଅନିଲ କୁମାର ଚୌଧୁରୀ, ମସ୍ତାନା ଭାଲି, ଯୁଗ୍ମ ସଂପାଦକ, ଆଦିତ୍ୟ ଶର୍ମା, କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ଚିରଞ୍ଜିବ ବିଶ୍ୱାଳ, ନବକିଶୋର ଦାସ, ପ୍ରଦୀପ ମାଝୀ, କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି, ଭକ୍ତ ଚରଣ ଦାସ, ହେମାନନ୍ଦ ବିଶ୍ୱାଳ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, କାହ୍ନୁ ଚରଣ ଲେଙ୍କା, କାମାକ୍ଷା ପ୍ରସାଦ ସିଂହଦେଓ, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, କିଶୋର ଚନ୍ଦ୍ର ପଟେଲ, ଶେକ ମତଲୁବ ଅଲ୍ଳୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ମୋକିମ, ଶ୍ୟାମ ସୁନ୍ଦର ହାଂସଦା ପ୍ରମୁଖ ସଦସ୍ୟଙ୍କ ନାମ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଅଛି

ଏହି କମିଟିର ପ୍ରଥମ ବୈଠକ ଶ୍ରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆସନ୍ତା ତା ୧୬.୭.୨୦୧୮ ରିଖ ସୋମବାର ପୂର୍ବାହ୍ନ ଘ.୧୦.୩୦ମି. ସମୟରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ସମସ୍ତ ସଦସ୍ୟ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ସୂଚୀତ କରାଯାଇଅଛି।

Related Posts

About The Author

Add Comment