ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଭାରତକୁ ୨-୧ରେ ପରାସ୍ତ କରି ସେମିଫାଇନାଲରେ ନେଦରଲାଣ୍ଡସ୍‌

Spread the love

ଭୁବନେଶ୍ୱର,୧୩/୧୨(ସନ୍ଧାନ ନିୟୁଜ) : କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ କ୍ୱାର୍ଟରଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍‌ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ନେଦରଲାଣ୍ଡ ଆଗାମୀ ଡିସେମ୍ବର ୧୫ରେ ଅଷ୍ଟ୍ରେଲିଆକୁ ଭେଟିବ। ଭାରତୀୟ ଖେଳାଳିମାନେ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଫଳାଫଳ ନେଦରଲାଣ୍ଡସ୍‌ ପକ୍ଷକୁ ଯାଇଛି।

ଆଜି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ୍‌ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚ ବେଲଜିୟମ୍‌ ଏବଂ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ମୁକାବିଲା ହେବ।

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୨ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

Related Posts

About The Author

Add Comment