ଭୁବନେଶ୍ୱର,୧୧/୦୪ (ସନ୍ଧାନ ନିୟୁଜ) ଓଡ଼ିଶା ପାଇଁ ଭଲ ଖବର । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଉଥିବା ବେଳେ ଏକାଥରକେ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଉ ଏହାସହ ଏବେ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି । କରୋନା ବିରୋଧରେ ଏହି ଯୁଦ୍ଧ ଚାଲିଥିବା ବେଳେ ଏହି ଖବର ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତ କରିଛି । କାରଣ ୧୦ ଜଣ ସୁସ୍ଥ ହୋଇ ଫେରିବା ସହ ରାଜ୍ୟର ୩ ଜିଲ୍ଲା କରୋନା ମୁକ୍ତ ହୋଇଛି । ସୁସ୍ଥ ହୋଇ ଫେରିଥିବା ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର, କଟକ, ପୁରୀ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି । ଆଉ ଏହାସହ କଟକ, ପୁରୀ ଓ ଯାଜପୁର ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି । ସେହିଭଳି ଭଦ୍ରକ ଜିଲ୍ଲାରୁ ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ମଧ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଭୁବନେଶ୍ୱରରେ ଏବେ ପର୍ଯ୍ୟନ୍ତ ମୋଟ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ପୂର୍ବରୁ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି ।
ଓଡ଼ିଶା ପାଇଁ ଭଲ ଖବର : ୩ ଜିଲ୍ଲା ହେଲା କରୋନା ମୁକ୍ତ
|
April 11, 2020 |
