ରାଉରକେଲା୨୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ନର୍ଥ- ୱେଷ୍ଟର୍ଣ୍ଣ ଜି.ଇ.ଏଲ ଚର୍ଚ୍ଚ ଓଡ଼ିଶା ଡାଇସିସ ପକ୍ଷରୁ ଏକ ମହତ ଉଦେ୍ଦଶ୍ୟ ନେଇ ଜନହିତର କଲ୍ୟାଣ ନିମନ୍ତେ ରାଜଗାଙ୍ଗପୁର ଅନ୍ତର୍ଗତ ଡୁଡକା ବାହାଲ ଗ୍ରାମର ଜାତ୍ରାଟୋଲି ଜମି ପଡ଼ିଆରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଚର୍ଚ୍ଚର ବରିଷ୍ଠ ପୁରୋହିତ ରେଭ୍ ଗାମ୍ଲିଏଲ୍ ବାଖ୍ଲା(ଡିନ୍) ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସେ ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଲେଯେ, ବୃକ୍ଷ ହିଁ ଜୀବନ ଅଟେ । ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ ଭାବେ ବୃକ୍ଷକୁ ବିବେଚନା କରାଯାଏ । ବୃକ୍ଷରୋପଣ ଦ୍ୱାରା ପରିବେଶ ସନ୍ତୁଳନ ଠିକ ରହିବା ପରିବେଶ ପ୍ରଦୂଷଣରୁ ରକ୍ଷା ମିଳି ପାରିଥାଏ । ଅନ୍ୟାନ ଅତିଥି ମାନଙ୍କ ମଧ୍ୟରେ ରେଭ ଅନୁପମ ବିବେକ ଲାକ୍ରା, ରେଭ ବିଜୟ କୁଜୁର, ରେଭ •ଜରାସ ଟପ୍ପୋଙ୍କ ସମେତ ଚର୍ଚ୍ଚର ପୁରୋହିତ ମାନେ ଯୋଗ ଦେଇଥିଲେ । ସମିତିର ଅଧ୍ୟକ୍ଷ ସତୀଶ ଟପ୍ପୋ, ସମ୍ପାଦକ ଜୁଏଲ କୁଜୁର, କୋଷାଧ୍ୟକ୍ଷ ବିନୋଦ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରଂଜ, ନିମ୍ବ, ଜାମୁ, ବଉଳ, ସାଗୁଆନ ଚାରା ଆଦି ରୋପଣ କରାଯାଇଥିଲା । ଚାରାରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତିର ବରିଷ୍ଠ ଅଧିକାରୀ ବିଜ୍ବେଲ ଏକ୍କା, ଅମ୍ରିତ ଏକ୍କା, ପ୍ରଚାରକ ଜେମସ କୁଜୁର, ମହିଳା ସଂଘ, ଯୁବ ସଂଘର ଅଧିକାରୀ ମାନେ ଉପସ୍ଥିତ ରହି ଏଭଳି ମହତ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଓଡ଼ିଶା ଡାଇସିସ ଅନ୍ତର୍ଗତ ପେରିସର ବୟସ୍କ ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରତ୍ୟେକ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ ।
ଓଡ଼ିଶା ଡାଇସିସ୍ ଜମି ପଡ଼ିଆରେ ଚାରାରୋପଣ ‘ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ ହେଉଛି ବୃକ୍ଷ’
|
August 21, 2019 |